ଭଦ୍ରକ, ମହାସଂଘର ପୁନର୍ଗଠନ ଓ ବକେୟା ଦରମା ପ୍ରଦାନକୁ ନେଇ ଯଶିପୁର ଗ୍ରାମପାୟତର ଗାୟତ୍ରୀ ମହାସଂଘର ସଦସ୍ୟମାନେ ଜିଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ମହାସଂଘ ପକ୍ଷରୁ ଜିଲାପାଳଙ୍କୁ ଦିଆଯାଇଥିବା ଅଭିେଯାଗ ପତ୍ରରେ ଦର୍ଶାଯାଇଛି େଯ ଚାନ୍ଦବାଲି ବ୍ଲକ୍ ପ୍ରଶାସନର ନିଦ୍ର୍ଧେଶ କ୍ରମେ ମହାସଂଘର ସଦସ୍ୟାମାନେ କାମ କରିଆସୁଛନ୍ତି। ଚାନ୍ଦବାଲି ବ୍ଲକ୍ର ବିଡିଓ ଜାଣି ଅଜଣା ଭଳି ଦୀର୍ଘଦିନ ଧରି ମହାସଂଘର ପୁନର୍ଗଠନ କରୁନାହାଁନ୍ତି। ଏବଂ ମହାସଂଘର ପୁନର୍ଗଠନ କାର୍ଯ୍ୟକୁ ରାଜନୈତିକ ଚାପରେ ବନ୍ଦ ରଖôବା ସହ ୧୫ ମାସର ଦରମା ଦେଉନାହାଁନ୍ତି। ୪ ଗୋଟି ଆକାଉଙ୍କୁ ବିଡିଓ ମହୋଦୟ ଫ୍ରିଜ୍ କରି ରଖôଛନ୍ତି। ଏହି ଘଟଣା ସଂପର୍କରେ ବିଡିଓ, ଉପଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଆସୁଥିଲେ ମଧ୍ଯ ସୁଫଳ ମିଳୁନାହó। ଫଳରେ ସଦସ୍ୟାମାନେ ୧୫ ମାସ ଧରି ଦରମା ପାଉନଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟଦାୟକ ହୋଇପଡିଛି। ଏହି ଅବିଚାର ସଂପର୍କରେ ତଦନ୍ତ କରି ବକେୟା ଦରମା ପ୍ରଦାନ କରାଯିବା ସହ ମହାସଂଘର ପୁନର୍ଗଠନ ପାଇଁ ଗାୟତ୍ରୀ ମହାସଂଘର ସଭାନେତ୍ରୀ ସୁନ୍ଦରୀ ମହାଳିକ ଓ ସଂପାଦିକା ରେଖା ଲେଙ୍କାଙ୍କ ସହ ବହୁ ସଦସ୍ୟାମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି।
Related Stories
November 22, 2024