କେନ୍ଦୁଝର,ପୂର୍ବ ଘୋଷଣା ଅନୁସାରେ ଗୁରୁବାର ଅପରାହ୍ନରେ ୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ପ୍ରକାଶ ପାଇଥିବା ୨ କଳା ରେ ବାରିପଦା ଜୋନର ବାଲେଶ୍ୱର ଜିଲା ର ପରୀକ୍ଷା ଫଳ ଶତକଡା ୮୪.୯୭% ପ୍ରତିଶତ ହୋଇଥିବା ବେଳେ ମୟୁରଭଞ୍ଜ ଜିଲାର ପରୀକ୍ଷା ଫଳ ୮୩.୩୪ % ହୋଇଥିବା ସୂଚନା ମିଳିଛି । ଅନୁରୁପ ଭାବେ ଉକ୍ତ ଜୋନ୍ ର ଭଦ୍ରକ ଜିଲାର ପରୀକ୍ଷା ଫଳ ୭୮.୮୪% ହୋଇଥିବା ବେଳେ କେନ୍ଦୁଝର ଜିଲାର ପରୀକ୍ଷା ଫଳ ୭୬.୧୫% ହୋଇଥିବା ଜଣାପଡିଛି । ତେବେ କେନ୍ଦୁଝର ଜିଲାରୁ ଚଳିତ ବର୍ଷ ମୋଟ୍ ୮୭୯୭ ଜଣ ପରୀକ୍ଷାର୍ଥୀ ୨ କଳା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୬୬୯୯ ଜଣ ଛାତ୍ରଛାତ୍ରୀ ପାସ୍ କରିଥିବା ସୂଚନା ମିଳିଛି । ସେଥିମଧ୍ୟରୁ ୭୮୯ ଜଣ ପ୍ରଥମ ଶ୍ରେଣୀରେ,୧୦୭୯ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୪୮୧୮ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବାରିପଦା ଜୋନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ସେହିପରି ଜିଲାର ୧୩ ଜଣ ପିଲା କମ୍ପାର୍ଟମେଟାଂଲରେ ପାସ୍ କରିଥିବା ବେଳେ୨୧ ଜଣ ଛାତ୍ରଛାତ୍ରୀ ମାଲପ୍ରାକ୍ଟିସରେ ସଂପୃକ୍ତ ଥିବାରୁ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଭୋକେଶନାଲ କୋର୍ଶର ମଧ୍ୟ ଗୁରୁବାର ପରୀକ୍ଷାଫଳ ବାହାରିଛି । ଏଥିରେ କେନ୍ଦୁଝର ଜିଲ୍ଲାରୁ ୭୫.୬% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏଥର ୪୧୩ ଜଣ ପିଲ୍ଲା ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୩୧୦ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୬୬ ଜଣ ପ୍ରଥମ ଶ୍ରେଣୀ, ୧୯୦ ଦ୍ୱୀତିୟ ଶ୍ରେଣୀ, ୪୭ ତୃତୀୟ ଶ୍ରେଣୀ, ୭ ଜଣ କମ୍ପାଟମେଟାଂଲରେ ପାସ କରିଛନ୍ତି ।
Related Stories
November 22, 2024