ଗଂଜାମ, ଆଜି ଭାରତୀୟ ବିକାଶ ପରିଷଦ ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସମ୍ବୋଧିତ କରି କହିଥିଲେ ଯେ, ପ୍ରଥମେ ରେଳ ବିଭାଗ ଓ ମୁଖ୍ୟଶାସନ ସଚିବ, ଓଡିଶା ପ୍ରେସ ମାଧ୍ୟମରେ ଜଣାଇଲେ ୨୮୮ ଜଣ ଯାତ୍ରୀ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ଏବଂ ତାଙ୍କ ମୃତଶରୀର ଉଦ୍ଧାର କରାଗଲା କିନ୍ତୁ ତାର ଗୋଟିଏ ଦିନପରେ ପ୍ରକାଶ କରିଲେ ଯେ ୨୭୫ ମୃତ ଶରୀର ଉଦ୍ଧାର କରାଗଲା ପୁଣି ଘୋଷଣା କରିଲେ ମୁଖ୍ୟଶାସନ ସଚିବ ୨୮୮ ମୃତଶରୀର ଉଦ୍ଧାର ହେଇଛି, ସେଥିରୁ ୨୦୫ ଚି଼ହ୍ନଟ ହୋଇଛି, ୮୩ ଶବ ଚି଼ହ୍ନଟ ହେଇନାହିଁ। ଏହା ଏକ ନାଟକୀୟ ଘଟଣା ଅଟେ। ବିନା ଗଣତିରେ ଅନ୍ଧ ଭାବେ ମୃତ ଶରୀର ଉଦ୍ଧାର ବିଷୟ ଅଫିସିଆଲି ଭାବେ ଘୋଷଣା କରିବା ଲୋକଙ୍କ ମନରେ କେବଳ ସନ୍ଦେହ ସୃଷ୍ଟି କରୁନି ମହମଦ ତଗଲକବିନ ଅଡବାୟା ସମ୍ରାଟ ଯେପରି ରାଜଧାନୀ ଦିଲ୍ଲୀରୁ ଦୌଲତାବାଦ ପୁଣି ଦଉଲଟାବାଦରୁ ଦିଲ୍ଲୀ ରାଜଧାନୀ ଘୁଞ୍ଚାଇଥିଲେ ସେହିପରି ମୁଖ୍ୟ ଶାସନ ସଚିବଙ୍କର ମଧ୍ୟ ମାନସିକ ଚିକିତ୍ସା ଆବଶ୍ୟକ ବୋଧେ ? ଆମ୍ଭେ ପ୍ରତ୍ଯକ୍ଷ ଦର୍ଶିଙ୍କ ଠାରୁ ଜାଣିବାକୁ ପାଇଲୁଯେ ସେଠାରେ ପ୍ରାୟ ୫୦୦ ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ମୃତଶରୀର ଉଦ୍ଧାର କରାଯାଇଥିଲେ ମଧ୍ୟ କମ ସଂଖ୍ୟା ଦର୍ଶାଯାଇଛି। କାରଣ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ରେଳମନ୍ତ୍ରୀ ହଠାତ ଘୋଷଣା କରିଲେ ଯେ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ ହେଇଗଲା ଏଥିରୁ ଅଧିକା ସନ୍ଦେହ ଜାତ ହେଉଛି। ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ଦାବି କରିଲେ ଯେ, ୨୦୦ ଲୋକ ମୃତ ଶରୀର ଦେଖାଯାଉନାହିଁ, ଏଥିରୁ ସ୍ପଷ୍ଟ ହୁଏ ଯେ, ୨୮୮ ରୁ ଅଧିକ ଯାତ୍ରୀ ମୃତ୍ୟୁବରଣ କରିଛନ୍ତି ତେଣୁ ସରକାର ତୁରନ୍ତ ଶ୍ଵେତ ପତ୍ର ମାଧ୍ୟମରେ ସର୍ବସାଧାରଣ ଅବଗତ କରାନ୍ତୁ। ଯେପରି ଜଣେ ମାନସିକ ରୋଗୀ ଗୋଟିଏ ବିଷୟ ହଠାତ କୁହେ ତାର ଘଂଟାଏ ପରେ ଅନ୍ୟ ବିଷୟ କୁହେ ରେଳମନ୍ତ୍ରୀ ମଧ୍ୟ ଘୋଷଣା କରିଲେ ଉଚ୍ଚ ପଦସ୍ତ ଅଧିକାରୀ ତଦନ୍ତ କରିବେ, ପରବର୍ତୀ ସମୟରେ କହିଲେ ରେଲୱେ ସେଫଟି କମିସନର ତଦନ୍ତ କରିବେ, ହଠାତ ପୁଣି କିଛି ଘଂଟା ବ୍ୟବଧାନରେ ସେହିଦିନ ଘୋଷଣା କରିଲେ ଷଡ଼ଯନ୍ତ୍ର ବାରି ହେଉଛି ସିବିଆଇ ତଦନ୍ତ କରିବେ, ତେଣୁ କିଛି ତ ନିଶ୍ଚୟ ତଦନ୍ତକୁ ବାଟବଣା କରାଯାଉଛି।
ଭାରତୀୟ ବିକାଶ ପରିଷଦର ପ୍ରମୁଖ ଦାବି ହେଉଛି ପତ୍ର ପ୍ରାପ୍ତିର ଏକ ସପ୍ତାହ ମଧ୍ୟରେ ମୃତ ୨୮୮ ଯାତ୍ରୀଙ୍କ ପରିବାରର ଜଣକୁ ରେଳ ବିଭାଗରେ ନିଯୁକ୍ତି ଦିଆଯାଉ ତତ ସହିତ ଯେଉଁ ଯାତ୍ରୀମାନେ ଦୁର୍ଘଟଣାରେ ନିର୍ମମ ଭାବେ ଆଘାତପ୍ରାପ୍ତ ହୋଇ ଅକର୍ମଣ୍ୟ ହୋଇଛନ୍ତି ସେହି ପରିବାରର ଜଣକୁ ମଧ୍ୟ ନିଯୁକ୍ତି ଦିଆଯାଉ, କାରଣ ରେଳ ମନ୍ତ୍ରଣାଳୟର ବିଭିନ୍ନ ରେଳ ବିଭାଗରେ ୩.୪୧ ଲକ୍ଷ ପଦବୀ (ପୋଷ୍ଟ), ( ନିଯୁକ୍ତି ) ଖାଲି ଅଛି ତୁରନ୍ତ ଯେଉଁ ଯାତ୍ରୀ ଯେଉଁ ରେଳ ଜୋନରେ ଅବସ୍ତିତ ସେହି ଜୋନ ଦ୍ଵାରା ନିଯୁକ୍ତି ପ୍ରଦାନ କରାଯାଉ, କାରଣ ଅଧିକାଂଶ ଯାତ୍ରୀ ପରିବାରର ଉପାର୍ଜନକ୍ଷମ ବ୍ୟକ୍ତି ଅଟନ୍ତି ସେମାନେ ଶ୍ରମିକ ଦାଦନ ଖଟିବା ପାଇଁ ଦକ୍ଷିଣ ଭାରତକୁ କରମଣ୍ଡଳ ଟ୍ରେନରେ ଯାତ୍ରା କରୁଥିଲେ ଏବଂ ଦାଦନ ଖଟି ଦକ୍ଷିଣ ଭାରତରୁ ନିଜ ବାସସ୍ଥାନକୁ ଫେରୁଥିଲେ। ଯଦି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଯୁକ୍ତି ବିଷୟ ରେଳ ମନ୍ତ୍ରଣାଳୟ ଘୋଷଣା କରୁନାହାନ୍ତି ଭାରତୀୟ ବିକାଶ ପରିଷଦ କୋର୍ଟ ର ଆଶ୍ରୟ ନେବା ପାଇଁ ବାଧ୍ୟ ହେଵ। ସିବିଆଇ ତଦନ୍ତରେ ଯେଉଁ କର୍ମଚାରୀମାନେ ଷଡ଼ଯନ୍ତ୍ର କରି ୨୮୮ ଲୋକଙ୍କୁ ହତ୍ୟା କରିଛନ୍ତି ସେମାନଙ୍କୁ ମଧ୍ୟ ଦିବାଲୋକରେ ସମସ୍ତଙ୍କ ସମ୍ମୁଖରେ ଫାସୀ ଦେବାପାଇଁ ଦାବି କରିଛି ପରିଷଦ। ଅଶ୍ଵିନୀ ବୈଷ୍ଣବ ରେଳ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଭାରତୀୟ ବିକାଶ ପରିଷଦ ଦାବି କରିଛି।
ପ୍ରଧାନ ମନ୍ତ୍ରୀ, ରେଳ ମନ୍ତ୍ରୀ, କେବିନେଟ ସେକ୍ରେଟାରୀ, ସେକ୍ରେଟାରୀ, ଚେୟାରମେନ, ରେଳ ବୋର୍ଡ଼, ମୁଖ୍ୟ ଶାସନ ସଚିବ ଓଡିଶା ଓ ପଶ୍ଚିମ ବଙ୍ଗ, ସରକାର,ଜେନେରାଲ ମ୍ୟାନେଜେର, ଦକ୍ଷିଣ ପୂର୍ବ ଜୋନ କୋଲକାତା, ପୂର୍ବତଟ ରେଲୱେୟ ଜୋନ ଭୁବନେଶ୍ଵର, ଓଡିଶା ସରକାର ଓ ପଶ୍ଚିମ ବଙ୍ଗ ସରକାରଙ୍କୁ ପୋଷ୍ଟାଲ ଓ ମେଲ ଦ୍ଵାରା ଦାବି ପ୍ରେରଣ କରାଯାଇଥିବା ସଭାପତି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ।
ଏହି ସାମ୍ବାଦିକ ସମିଳନୀରେ ଅଶୋକ ମଲ୍ଲିକ ଓ ମିହିର କୁମାର ମିଶ୍ର ଭାରତୀୟ ବିକାଶ ପରିଷଦର କର୍ମକର୍ତା ଉପସ୍ଥିତ ଥିଲେ।