ଭଦ୍ରକ – ବରଣ୍ଡୁଆ ପଂଚାୟତର ଅନ୍ତେ୍ୟାଦୟ ଅନ୍ନ ଯୋଜନାର ହେରଫେର ଘଟଣା ନିକଟରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ହିତାଧିକାରୀଙ୍କୁ ୩୫ କେଜି ବଦଳରେ ୫/୧୦ କିଲୋ ଚାଉଳ ଦିଆଯାଇଥିବା ଅଭିଯୋଗ ଖବର ବିଭିନ୍ନ ଗଣମାଧ୍ୟମର ଖବର ପ୍ରକାଶ ପରେ ବ୍ଲକ୍ସ୍ତରରୁ ଆରମ୍ଭ କରି ଜିଲା ଯୋଗାଣ ବିଭାଗ ହଠାତ୍ ଚେଇଁ ଉଠିଥିଲେ । ଘଟଣାରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁÂାନ ନିଆଯିବ ବୋଲି ଯୋଗାଣ ନିରୀକ୍ଷକ କହିଥିଲେ । ଏପରିକି ଜିଲା ଯୋଗାଣ ଅଧିକାରୀ ମଧ୍ୟ ତଦନ୍ତ କରି କାର୍ଯ୍ୟାନୁÂାନ ନିଆଯିବ ବୋଲି ମତ ରଖିଥିଲେ । ଏହି ତଦନ୍ତ ହେବାର ସାତଦିନ ଟପିଲାଣି, ତଦନ୍ତ ରିପୋର୍ଟ ଉପରିସ୍ତ ଅଧିକାରୀଙ୍କ ପାଖରେ ପହଂଚି ପାରିନି । ଏକଥା କହିଛନ୍ତି ତଦନ୍ତରେ ଆସିଥିବା ଅଧିକାରୀ ଅଶୋକ ବେହେରା । ଧାନକ୍ରୟ କମିଟି ପାଇଁ ବ୍ୟସ୍ତ ରହୁଥିବାରୁ ଏହି ରିପୋର୍ଟ ପ୍ରସ୍ତୁତ ହୋଇପାରିନି ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି । ଏପଟେ ଘଟଣାକୁ ଗୁରୁତ୍ୱ ଦେଇ ଯୋଗାଣ ବିଭାଗ ତଦନ୍ତ କରିବାର ପାଖାପାଖି ସାତଦିନ ଟପିଲାଣି, ହେଲେ ଆଜିଯାଏ ଅଧିକାରୀଙ୍କ ରିପୋର୍ଟ ତଦନ୍ତ ଫାଇଲ୍ରେ ବନ୍ଧା ପଡିଛି । ବିଳମ୍ବତାକୁ ନେଇ ହେରଫେରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କି କାର୍ଯ୍ୟାନୁÂାନ ନିଆଯିବ, ତାହା ଏବେ ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ଯୋଗାଣ ଅଧିକାରୀଙ୍କ ନିଦେ୍ର୍ଧଶରେ ଦୁଇଦିନ ଧରି ପଂଚାୟତରେ ତଦନ୍ତ ଚାଲିଲା । ଜିଲାର ବଛା ବଛା ଯୋଗାଣ ନିରୀକ୍ଷକ ଦୁଇଟି ଟିମ୍ରେ ଭାଗହୋଇ ତଦନ୍ତ କଲେ । ଘରକୁ ଘର ବୁଲି ଅଧିକାରୀ ହିତାଧିକାରୀଙ୍କ ପାଖରୁ ମତ ସଂଗ୍ରହ କଲେ । କିଏ ଦଶ କିଲୋ ମିଳୁଥିବା କହିଲା ତ’ ଆଉ କିଏ ନିକଟରେ ଚାଉଳ ମିଳିଛି ବୋଲି ସିଧାସଳଖ କହିଥିଲେ । କେତେକ ହିତାଧିକାରୀ ଆମର କିଛି ଅଭିଯୋଗ ନାହିଁ ବୋଲି କହିଥିଲେ । ଚାଉଳ ପାଇ ନଥିବା ହିତାଧିକାରୀଙ୍କୁ ରାତିଅଧିଆ ଟଙ୍କା ଦିଆଯାଇଥିବା ତଦନ୍ତ ଆସିଥିବା ଅଧିକାରୀ ମଧ୍ୟ ଶୁଣିବାକୁ ପାଇଥିଲେ । ହିତାଧିକାରୀଙ୍କ ମତାମତ ସଂଗ୍ରହ କରି ଅଧିକାରୀ ଫେରିଯାଇଥିଲେ । ଲାଗୁଥିଲା ହେରଫେର କରିଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁÂାନ ହେବ । ହେଲେ ଆଜିଯାଏ ତଦନ୍ତ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କ ପାଖରେ ପହଂଚି ପାରିନି । ହେରଫେର ଘଟଣାକୁ ନେଇ ଜିଲା କଂଗ୍ରେସ କମିଟି ସଭାପତି ଅଶୋକ କୁମାର ଦାସ ଜିଲା ଯୋଗାଣ ଅଧିକାରୀ ଓ ପିଡିଙ୍କ ସହ କେତେକ ଅଧିକାରୀଙ୍କୁ ଭେଟିଥିଲେ । ବାସୁଦେବପୁର ବିଜେପି ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ ଦାବିକରି ବ୍ଲକ୍ ପରିସରରେ ଧାରଣା ଦେଇଥିଲା । ହେଲେ ଆଜିଯାଏ କାର୍ଯ୍ୟାନୁÂାନ ହେବା ତ’ ଦୂରର କଥା ତଦନ୍ତ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କ ପାଖରେ ପହଂଚି ପାରିନି । ତେବେ ପଂଚାୟତର ୬୨ ଖଣ୍ଡ ଅନ୍ତେ୍ୟାଦୟ କାର୍ଡରେ ଚାଉଳ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । କେତେକ ହିତାଧିକାରୀ କାର୍ଡ ହୋଇଥିବା ଜାଣି ନଥିଲେ । ଅନ୍ତେ୍ୟାଦୟ ଯୋଜନାରେ ସାମିଲ ହୋଇବି ୫/୧୦ କିଲୋ ଚାଉଳ ପାଉଥିଲେ । ବର୍ଷ ବର୍ଷ ଧରି ଗରିବଙ୍କ ଚାଉଳକୁ ହେରଫେର କରାଯାଉଥିଲା । ଯାହାକି ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି କେତେକ ବିଜେପି ଓ କଂଗ୍ରେସ କର୍ମୀ ଦାବି କରିଛନ୍ତି ।
Related Stories
December 25, 2024
December 25, 2024