ଭୁବନେଶ୍ୱର, ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ଓ ଡିଏଫଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟଭାରତୀ ପଣ୍ଡା ଓ ଡିଏଫଓ ସଂଗ୍ରାମ କେଶରୀ ବେହେରା ।
ମିଳିଥିବା ସୂଚନା ଅନୁସାରେ ଉଭୟ ହାଇକୋର୍ଟରେ ପୃଥକ୍ ପୃଥକ୍ ମାମଲା ଦାୟର କରି ରାଜ୍ୟ ସରକାର ଓ ସୌମ୍ୟରଞ୍ଜନଙ୍କ ବାପାଙ୍କୁ ପକ୍ଷଭୁକ୍ତ କରିଛନ୍ତି । ତେବେ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ପୁନର୍ବିଚାର ପାଇଁ ବାପା ଅଭିରାମ ମହାପାତ୍ର ପାରଳାଖେମୁଣ୍ଡି ଦୌରା ଜଜ କୋର୍ଟରେ ଆବେଦନ କରିଥିଲେ । ତାଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ମାମଲାର ପୁନର୍ବିଚାର କରିବା ପତ୍ନୀ, ଡିଏଫଓ ଓ ରୋଷେଇଆ ମନ୍ମଥ କୁମ୍ଭାରକୁ କୋର୍ଟରେ ହାଜର ପାଇଁ ନୋଟିସ ଜାରି କରିଥିଲେ