
ଭୁବନେଶ୍ୱର, ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ହୋଇଥିବା ଭୀଷଣ ରେଳ ଦୁର୍ଘଟଣା ମୃତକ ମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ପହଞ୍ଚିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ଏ ସମ୍ପର୍କରେ ସୂଚନା ଦେଇ ପୂର୍ବ ତଟ ରେଳବାଇ ପକ୍ଷରୁ ସୂଚନା ଦିଆ କୁହାଯାଇଛି ଯେ
ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇ କ୍ୟାପିଟାଲ୍, ସମ୍, କିମ୍ସ, ହାଇଟେକ୍ ଓ ଆମ୍ରି ହସ୍ପିଟାଲ୍ରେ ଥିବା ୩୯ ମୃତଦେହକୁ ଗତକାଲି ଏମ୍ସ ସ୍ଥାନାନ୍ତର କରାଯାଇଛି । ଡାକ୍ତର, ହସ୍ପିଟାଲ୍ର ଅନ୍ୟାନ୍ୟ କର୍ମଚାରୀ ଏବଂ ଡାକ୍ତରୀ ଛାତ୍ରମାନେ ଅକ୍ଳାନ୍ତ ପରିଶ୍ରମ କରିଥିବା ବେଳେ ଏମ୍ସରେ ଏବେ ସୁଦ୍ଧା ସମୁଦାୟ ୧୬୨ଟି ମୃତଦେହ ପହଞ୍ଚିିଛି । ସେଥିମଧ୍ୟରୁ ୭୧ଟି ମୃତଦେହକୁ ସେମାନଙ୍କ ସଂପର୍କୀୟମାନଙ୍କୁ ପ୍ରଦାନ କରାଯାଇଛି । ତେବେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଏବେ ବି ଜାରି ରହିଛି ।