
ଧର୍ମଶାଳା, ଯାଜପୁର ଜିଲାର ଅନେକ ବ୍ଲକରେ ମିଶନ ଶକ୍ତି ନିଯୁକ୍ତିରେ ଅନିୟମିତତା ଓ ଅର୍ଥ କାରବାର ହେଉଥିବା ଅଭିଯୋଗ ଆସୁଛି । ଜିଲାର ବଡଚଣା ବ୍ଲକରେ ଏହି ଘଟଣା ପଦାକୁ ଆସିବା ପରେ ଏବେ ରସୁଲପୁର ବ୍ଲକରେ ସିଆରପି ଓ ଏମବିକେ ନିଯୁକ୍ତିରେ ବ୍ୟାପକ ଜାଲିଆତି ଓ ଚଂଚକତା ହେଉଥିବା ଅଭିଯୋଗ ଆସିଛି । ରସୁଲପୁର ବ୍ଲକ ରାଉତରାପୁର ପଂଚାୟତର ମିଶନ ଶକ୍ତି ମହିଳାମାନେ ଏହି ଅଭିଯୋଗ ଆଣିଛନ୍ତି । ତେବେ ଏଭଳି ଘଟଣାକୁ ନେଇ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଏହି ଅନିୟମିତତା ଘଟଣାକୁ ନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ପଂଚାୟତବାସୀ । ଯଦି ଏହି ଘଟଣାକୁ ଗୁରୁତ୍ୱ ଦିଆ ନ ଗଲେ ଆମାଗୀ ଦିନରେ ଶହଶହ ମହିଳାମାନେ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି ।
ଅଭିଯୋଗ ମୁତାବକ,ସରକାର ଦରିଦ୍ର ସୀମା ରେଖା ତଳେ ବସବାସ କରୁଥିବା ଅସହାୟ ମହିଳାମାନଙ୍କୁ ସଶକ୍ତ କରାଯିବା ନିମନ୍ତେ ମିଶନ ଶକ୍ତି ଜରିଆରେ ମିଶନଶକ୍ତି ଗଠନ କରାଯାଇଛି । ବ୍ଲକରେ ମୁଖ୍ୟ ହେଉଛନ୍ତି ସିଡିପିଓ । ସିଡିପିଓଙ୍କ ଅଜଣାତରେ ବ୍ଲକ ପୋଗ୍ରାମର ମ୍ୟାନେଜର ନିଜ ମନମୁତାବକ କାର୍ଯ୍ୟ କରୁଥବବା ନେଇ ରାଉତରାପୁର ପଂଚାତୟର ମହିଳାମାନେ ଓ ଶାସକ ଦଳର ବିରୋଧୀମାନେ ଅଭିଯୋଗ ଆଣିଛନ୍ତି । ସିଆରପି ନିଯୁକ୍ତ ପିଛା ୩୦ ହଜାର ଟଙ୍କାରୁ ୫୦ ହଜାର ଓ ଏମବିକେ ନିଯୁକ୍ତ ପାଇଁ ଲକ୍ଷାଧିକ ଟଙ୍କା ଆଦାୟ କରୁଛନ୍ତି ବିପିଏମ ସୁପ୍ରଭା ଜେନା । ସରକାରୀ ନିୟମ ଅନୁଯାୟୀ ପ୍ରତି ପଂଚାୟତରେ ୪ରୁ୫ ଜଣ ସିଆପି ରହିବେ । ରାଉତରାପୁର ପଂଚାୟତରେ ୪ ଜଣ ସିଆପି ରହିବା ପାଇଁ ନିୟମ ରହିଛି । ସିଆରପି ନିୟୁକ୍ତିରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରା ନ ଯାଇ ଟଙ୍କା ଓ ନିଜ ସମ୍ପର୍କୀୟଙ୍କୁ ନିଯୁକ୍ତି ଦିଆଯିବା ସହ ଉପଯୁକ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ରକୁ ନାକଚ କରାଯାଉଛି । ଏବଂ ମନଇଚ୍ଛା ଅଭିଜ୍ଞତା ପ୍ରମାଣ ପତ୍ର ପ୍ରଦାନ କରୁନ୍ତି । ଅନ୍ୟପକ୍ଷେ ବିପିଏମ ୩ ବର୍ଷ କାର୍ଯ୍ୟକାଳରେ ରହିବା କଥା କିନ୍ତୁ ସେ ଏଠାରେ ୪ ବର୍ଷ ହେବ କାର୍ଯ୍ୟରେ ରହି ଆସୁଛନ୍ତି । ଏପରିକି ସେ ଜିଲାପାଳ ଓ ଡିପିଏମ ପତ୍ରକୁ ଅବଜ୍ଞା କରୁଛନ୍ତି । ସେ ବ୍ଲକର ବିଭିନ୍ନ ସ୍ଥାନରେ କୋଚିଂ ସେଂଟର କରି ସେଠାରେ ରହୁଛନ୍ତି । ବ୍ଲକ ଲେବୁଲ ଫେଡେରେସନରେ ପଂଚାୟତରେ ଏକ କମିଟିରେ ୧୧ ଜଣିଆ ସଭ୍ୟା ରହିବେ । କିନ୍ତୁ ରାଉପତରାପୁର ପଂଚାୟତରେ ତାହା ଅନିୟମିତତା ହୋଇଛି । ନିୟମ ଅନୁଯାୟୀ ରାଉତରାପୁର ମହାସଂଘର ସମ୍ପାଦିକା ଭାବେ ୪ା୮ା୨୧ ମସିହାରେ ରଂଜୁଲତାଙ୍କୁ ମନୋନୀତ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଅନ୍ୟଜଣେ ମହିଳା ବିନା ଯୋଗ୍ୟତାରେ ଦେବମତୀ ପଲେଇ(ଆଲ୍ୟାସ) ବବିତାରାଣୀ ଦାସ କାର୍ଯ୍ୟ କରୁଛନ୍ତି । ଏପରି କି ସେ ଟ୍ରେନିଂ ଯିବା ସହ ଶାଢୀ ଓ ବ୍ୟାଚ ପାଇଛନ୍ତି । ଏପରି ଉକ୍ତ ମହିଳା ନିଯୁକ୍ତି ପାଇ ନଥିବା ସୂଚନା ଅଧିକାର ଆଇନ ବଳରେ ସିଡିପିଓ ସୂଚନା ପ୍ରଦାନ କରିଛନ୍ତି । ବିପିଏମ ସୁପ୍ରଭା ଜେନା ଗୋଷ୍ଠୀ ମଧ୍ୟରେ ଫାଟକ ସୃଷ୍ଟି କରିବା ସହ ବୈଦ୍ୟୁତିକ ସାମଗ୍ରୀ କିଣିବାକୁ ଏକ ନିର୍ଦ୍ଧିଷ୍ଠ ଦୋକାନରୁ କିଣିବାକୁ ଚାପ ପ୍ରୟୋଗ କରୁଛନ୍ତି । ଏପରିକି ଅସହାୟକ ମହିଳାଙ୍କୁ ଆର୍ଥିକ ପ୍ରୋତ୍ସାହନ ନ ଦେଇ ଯେଉଁ ମହିଳାମାନଙ୍କ ସ୍ୱାମୀ ସରକାରୀ ଚାକିରୀରେ ରହିଛନ୍ତି ସେମାନଙ୍କୁ ଅର୍ଥିକ ସହାୟତା ପ୍ରଦାନ କରାଉଥିବା ବେଳେ ବାର୍ଷିକ ୪୦ ହଜାର ଟଙ୍କାର ରୋଜଗାର ଥିବା ମହିଳାଙ୍କୁ ନିଯୁକ୍ତିି ଦିଆ ନ ଯାଇ ବଡବଡିଆଙ୍କୁ ନିଯୁକ୍ତି ଦେଇଛନ୍ତି । ଯାଂଚ କମିଟି ନାଁରେ ପ୍ରହସନ ଚଲାଇଛନ୍ତି । ଏହି କମିଟିରେ ନିଜ ସପକ୍ଷ ସଭ୍ୟଙ୍କୁ ସହଯୋଗ କରୁଛନ୍ତି । ଅନ୍ୟପକ୍ଷେ ସଭାପତି ଓ ସମ୍ପାଦିକାଙ୍କୁ ଅନେକ ସମୟରେ ଅସଭ୍ୟ ଭାଷାରେ ଗାଳିିଗୁଳଜ କରିବା ସହ ଉକ୍ତ ରାଉତରାପୁର ପଂଚାୟତକୁ ଅବହେଳା କରୁଛନ୍ତି । ବିଜ୍ଞାପନ ବାହାରିବାର ୫୨ ଦିନ ମଧ୍ୟରେ ନିଯୁକ୍ତି ଦିଆଯିବାର ନିୟମ ରହିଥିବା ବେଳେ ପଂଚାୟତରେ ୩ ମାସ ବିତିଯାଇଥିଲେ ମଧ୍ୟ କାହାରିକୁ ଅଦ୍ୟବଧି ନିଯୁକ୍ତି ଦିଆଯାଇ ନାହିଁ । ଏନେଇ ଗ୍ରାମବାସୀ ଜିଲାପାଳ , ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ,ଡିଷ୍ଟିକ୍ ପୋଗ୍ରାମ ମ୍ୟାନେଜର(ଡିପିଏମ) ଓ ରସୁଲପୁର ବିଡିଓଙ୍କ ନିକଟରେ ଅଭିଯୋଗ କରାଯାଇଛି । ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ସହ ବିଭାଗୀୟ ଉଚ୍ଚ କତୃପକ୍ଷ ଏକ ନିରପେକ୍ଷ ତଦନ୍ତ କରିବାକୁ ମହାସଂଘର ମହିଳାଙ୍କ ସମେତ ପଂଚାୟତର ପୂର୍ବତନ ସରପଂଚ ଲକ୍ଷ୍ମୀପ୍ରିୟା ସାହୁ,ପୂର୍ବତନ ସରପଂଚ ରବିନ୍ଦ୍ର ସାହୁ,ଅନିରୁଦ୍ଧ ପୃଷ୍ଟି,କୈଳାସ ଚନ୍ଦ୍ର ସାହୁ,ରମେଶ ସେଠୀ ଓ ବରିଷ୍ଠ ମୁରବୀମାନେ ଦାବି କରିଛନ୍ତି । ଏହାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ପଂଚାୟତବାସୀ ଚେତାବନୀ ଦେଇଛନ୍ତି ।