ଧର୍ମଶାଳା – ଯାଜପୁର ବ୍ଲକ ଅନ୍ତର୍ଗତ ଝାଲପଡା ପଂଚାୟତ କାକୁଡିକୁଦ-ନିଳକଣ୍ଠପୁର ସତ୍ୟସାଇ ଖେଳ ପଡିଆରେ ଚାଲିଥିବା ୩୫ତମ ସତ୍ୟସାଇ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି ।‘ ଏହି ଉଦଯାପନି ଫାଇନାଲ ମ୍ୟାଚରେ ମା ବଟ ମଙ୍ଗଳା କ୍ରିକେଟ କ୍ଲବ ଗୋଳକୁଣ୍ଡକୁ ୩ଉଇକେଟରେ ହରାଇ ସହିଦ ସ୍ପୋଟିଂ ଭୁବନେଶ୍ୱର ଚମ୍ପିଅନ ହୋଇଛି । ପ୍ରଥମେ ବିଏମସିସି ବ୍ୟାଟିଂ କରି ୨୪.୨ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୪୩ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଇମ୍ରାନ ଖାଁ ସର୍ବାଧିକ ୪୧ ଓ ବାଦଲ ମିଶ୍ର ୩୨ ରନ ସଂଗ୍ରହ କରିଥିଲେ । ବିପକ୍ଷ ଦଳର ବୋଲର ଜ୍ୟୋତି ରଂଜନ ଆଚାର୍ଯ୍ୟ ୩ ଓ ବସନ୍ତ ପ୍ରଧାନ ୨ଟି ଉଇକେଟ ନେଇଥିଲେ । ଜବାବରେ ସହିଦ ସ୍ପୋଟିଂ ଭୁବନେଶ୍ୱର ୨୩.୨ ଓଭରରେ ୭ ଉଇକେଟ ହରାଇ ୧୪୬ ରନ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଅଂଶୁମାନ ସିହ୍ନା ସର୍ବାଧିକ ୪୧ ଓ ପାର୍ଥ ସାରଥୀ ନାୟକ ୩୪ ରନ କରିଥିଲେ । ବିପକ୍ଷ ଦଳର ବୋଲର ନିହାର ସ୍ୱାଇଁ ଓ ସୁଶିଲ ବାରିକ ପ୍ରତ୍ୟେକ ୨ଟି ଲେଖାଏଁ ଉଇକେଟ୍ ନେଇଥିଲେ । ବିଜୟୀ ଦଳର ସୁଶିଲ ବାରିକଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଓ ଅଂଶୁମାନ ସିହ୍ନାଙ୍କୁ ମ୍ୟାନ ଅଫ ଦ ସିରିଜ ବିବେଚିତ ହୋଇଥିଲେ । ଆଜିର ଫାଇନାଲ ମ୍ୟାଚକୁ ରମେଶ ମହାରଣା ଓ ଆଶୁତୋଷ ପାଣି ପରିଚାଳନା କରି·ଲେ । ସ୍କୋରର ଚିନ୍ମୟ ଦଳାଇ ଓ ଅରୁପ ସାହୁ ଭାଷ୍ୟକର ଭାବେ ଅରୁଣ ପତି ଓ ପ୍ରିୟନାଥ ରାଉତ ଓ ଫିଜିଓ ପ୍ରଭାକର ସାହୁ ସହଯୋଗ କରିଥିଲେ । ଶେଷରେ ପୁରସ୍କାର ବିତରଣୀ ଉତ୍ସବ ସତ୍ୟସାଇ କ୍ରିକେଟ କ୍ଲବର ସଭାପତି ପ୍ରିୟନାଥ ରାଉତଙ୍କ ସଭାପତିତ୍ୱରେ ଅନୁÂିତ ହୋଇଥିଲା । ଏହି ପୁରସ୍କାର ବିତରଣୀ ଉତ୍ସବରେ ଯାଜପୁର ପଂଚାୟତ ସମିତିର ମଣ୍ଡଳ ଉନ୍ନୟନ ଅଧିକାରୀ ସୌରଭ ଚକ୍ରବର୍ତୀ ମୁଖ୍ୟ ଅତିଥିô ଭାବେ ଯୋଗ ଦେଇଥିବା ବେଳେ ଝାଲପଡା ସରପଂଚ ନିର୍ମଳ ଚନ୍ଦ୍ର ସାମଲ ଓ ସମିତିସଭ୍ୟା ପ୍ରଭାତୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶିକ୍ଷାବିତ୍ ପତିତ ପାବନ ସାମଲ,କାଶିନାଥ ବେହେରା ଓ ପରମାନନ୍ଦ ସାହୁ,ରଘୁନାଥ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଚମ୍ପିଅନ ଦଳକୁ ବିଜୟୀ ଟ୍ରଫି ଓ ରନଅରସଅଫ ଦଳକୁ ରନଅରସ୍ଅଫ ଟ୍ରଫି ପ୍ରଦାନ କରିଥିଲେ । ସତ୍ୟସାଇ କ୍ରିକେଟ୍ କ୍ଲବର ସଭ୍ୟ ରଂଜିତ ନାୟକ,ଦିଲ୍ଲିପ ଜେନା, ରତିକାନ୍ତ ରାଉତ,ଉକ୍ôଳ ଜେନା,ଶୁକଦେବ ବିଶ୍ୱାଳ ଓ ନିରଂଜନ ଜେନାଙ୍କ ସମେତ ସତ୍ୟସାଇ କ୍ଲବର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଏହି ଫାଇନାଲ ଖେଳକୁ ୫ହଜାରରୁ ଉର୍ଦ୍ଧ କ୍ରିକେଟ ପ୍ରେମୀ ଯୋଗ ଦେଇ ଖେଳ ଉପଭୋଗ କରିଥିଲେ ।
Related Stories
December 25, 2024
December 25, 2024