ବୌଦ୍ଧ : ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଭାଇଚାରାର ପର୍ବ ଓ କୃଷିଭିତ୍ିିକ ଗଣପର୍ବ ନୁଆଁଖାଇ ଘରେ ଘରେ ପାଳିତ ହୋଇଛି । ଏଥିପାଇ ପାଇଁ ସାରା ଜିଲା ଚଳଚଞ୍ଚଳ ଥିବା ବେଳେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୌରବୀ ଙ୍କ ପୀଠରେ ଧାର୍ଯ୍ୟ ଲଗ୍ନ ଅନୁଶାରେ ୧୦ଟା ନବାନ୍ନ ଲାଗି କରାଯାଇଥିଲା । ମହାନଦୀରେ ପୁଜା କରି ମହାନଦୀର ପବିତ୍ର ଜଳକୁ ଶୋଭାଯାତ୍ରାରେ ଅଣାଯାଇ ଦେବୀଙ୍କ ପାଇ ନବାନ୍ନ ପ୍ରସ୍ତୁତ କରାଯାଇଥିଲା । ପାଳିଆ ପୂଜକ ବିଭୂତି ଭୂଷଣ ବଡମାଳି ଓ ପୂଜକ ମଧୁସୂଦନ ବାରିକ ବିଧି ନିୟମ ପ୍ରକାରେ ସ୍ୱତନ୍ତ୍ର ପୂଜା କରିବା ପରେ ପ୍ରଥମେ ମା ଭୈରବୀଙ୍କ ଠାରେ ନବାନ୍ନ ଲାଗି କରିବା ପରେ ପାଶ୍ୱର୍ ଦେବାଦେବୀମାନଙ୍କୁ ନବାନ୍ନ ଅର୍ପଣ କରିଥିଲେ । ଭୈରବୀଙ୍କ ଠାରେ ମହାଆଳତି କରିବା ପରେ ଭକ୍ତ ମାନେ ସାମୁହିକ ଭାବେ ଦେବୀଙ୍କ ନବାନ୍ନ ସେବନ କରିଥିଲେ । ପୁଜା ସମୟରେ ଭୈରବୀଙ୍କ ପିଠରେ ମୁଖ୍ୟ ପୁଜକ ଗୌରି ପ୍ରସାଦ ବଡମାଳି , ରାକେଶ ବଡମାଳି , ସାନନ୍ଦ ବଡମାଳି , ଧନେଶ୍ୱର ବଡମାଳି , ତରଣୀ ବଡମାଳି , ରାକେଶ କୁମାର ବାରିକ ଏବଂ ଅନ୍ୟ ମାନେ ସାମିଲ ଥିଲେ । ଏପେଟ ଘରେ ଘରେ ନୁଆ ଚାଉଳର ପିଠାପଣାର ମହକରେ ଗାଁ ଦାଣ୍ଡ ମହମହ ବାସୁଛି । ସମସ୍ତ ଗ୍ରାମ ଗୁଡିକରେ ପ୍ରଥମେ ଗ୍ରାମ ମୁଖିଆଙ୍କ ଦ୍ୱାରା ଗ୍ରାମଦେବତୀଙ୍କ ନିକଟରେ ନବାନ୍ନ ଅର୍ପଣ ପରେ ପ୍ରତି ପରିବାରର ସମସ୍ତେ ନୂଆଲୁଗା ପିନ୍ଧି ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନବାନ୍ନ ଭକ୍ଷଣ କରି ପରିବାର ଓ ଗ୍ରାମର ଗୁରୁଜନଙ୍କ ନିକଟରୁ ଆଶିର୍ବାଦ ଗ୍ରହଣ କରିଛନ୍ତି । ବିଭିନ୍ନ ବର୍ଗରେ ପରମ୍ପରା ଅନୁସାରେ କୁରେଇ, ମହୁଲ, ପଲଶା, ଶାଳ ପତ୍ରରେ ଖାଇଥାନ୍ତି । ନିଜର ଜମିରେ ଚଷା ପୁଅ ଖିର ,ଅରୁଆ ଚାଉଳ ଓ ଫୁଲ ଦୁବ ଦେଇ ପୁଜା ମଧ୍ୟ କରିବାକୁ ଭୁଲି ନଥାଏ । ପରିବାର ଓ ସାଇଭାଇ ମିଳିମିଶି ନବାହ୍ନ ଖାଇବା ପରେ ଗାଁ ଗାଁରେ ନାଚ ଗୀତର ଆସର ଜମି ଉଠିଛି । ନବାନ୍ନ ଭକ୍ଷଣ ପରେ ଭେଟ୍ ଘାଟ୍ ଏକ ନିଆରା ପରମ୍ପରା । ଯୁଗ ଯୁଗରୁ ଚଳି ଆସୁଥିବା ଏହି ପରମ୍ପରା ଅନୁଯାୟୀ ନବାହ୍ନ ଭକ୍ଷଣ ପରେ ଗ୍ରାମର ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ନିଜ ବୟସ ଠାରୁ ଅଧିକ ବୟସ୍କ ବ୍ୟକ୍ତି ବିଶେଷଙ୍କ ପାଦଛୁଇଁ ଆଶିର୍ବାଦ ମାଗିଥାନ୍ତି । ଗାଁ ଗାଁରେ ରାତିସାରା ନାଚ ଗୀତରେ ଜମି ଉଠେ ଏହି ଭେଟ୍ଘାଟ୍ ପର୍ବ ପାଇଁ ସାରା ଜିଲା ଉତ୍ସବ ମୁଖ୍ର ହୋଇପଡିଛି ।
I could not resist commenting. Exceptionally well written! I’ve
been surfing online greater than 3 hours today, but I by no means found any fascinating article
like yours. It’s beautiful price sufficient for me.
In my opinion, if all site owners and bloggers made excellent content as you did, the internet will probably be much
more helpful than ever before. I’ve been browsing online more than 2
hours today, yet I never found any interesting article like
yours. It is pretty worth enough for me. Personally, if all web
owners and bloggers made good content as you did, the web will be much
more useful than ever before. http://alexa.com/