କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ବଳଗଣ୍ଡି ସ୍ଥିତ ପ୍ରଣତି କଳା ମନ୍ଦିର ସାସ୍କୃତିକ ଅନୁଷ୍ଠାନ ର ୬୭ ତମ ବାର୍ଷିକ ଉତ୍ସବ ସନ୍ଧ୍ୟା ରେ ପାଳିତ ହୋଇ ଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପଜିଲ୍ଲାପାଳ ଭବତାରଣ ସାହୁ ଦୀର୍ଘ ୭ ଦଶକ ଧରି ପ୍ରଣତି ଅନୁଷ୍ଠାନ ନୃତ୍ୟ, ସଂଗୀତ,ନାଟକ ଇତ୍ୟାଦି ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଯେଉଁ ଜାଗରଣ ସୃଷ୍ଟି କରିଛନ୍ତି ତାହା ଅନନ୍ୟ ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି କହିଥିଲେ।ଅନ୍ୟତମ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓଡ଼ିଶାର କଳା ଓ ସଂସ୍କୃତି କୁ ଏହି ଭଳି ପ୍ରାଚୀନ ଅନୁଷ୍ଠାନ ମାନଙ୍କର ଅବଦାନ ପ୍ରଶଂସନୀୟ ।କଳା ଜୀବନ କୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିଥାଏ ବୋଲି ସେ କହିଥିଲେ।ଅନୁଷ୍ଠାନର ସଭାପତି ଆର୍ତ୍ତତ୍ରାଣ ଶତପଥୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବ ରେ ଉପସଭାପତି ଚକ୍ରଧର ମହାପାତ୍ର ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ।ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଗୁରୁ ପ୍ରକାଶ କୁମାର ରଥ ଙ୍କ ନିର୍ଦ୍ଦେଶନାରେ ଓଡିଶୀ, ଚମ୍ପୁ,ଛାନ୍ଦ, ଗୁରୁ ସଂଯୁକ୍ତା ମହାପାତ୍ର ଙ୍କ ନିର୍ଦ୍ଦେଶନାରେ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।ବାଦ୍ୟ ଯନ୍ତ୍ର ରେ ଗୁରୁ ହରିଶ ଚନ୍ଦ୍ର ଦାଶ,ସୁଶୀଲ କୁମାର ଦାଶ,ବଟ ଗୋପାଳ ତ୍ରିପାଠୀ ଓ ବିକ୍ରମ ଦାଶ ସହଯୋଗ କରିଥିଲେ।ଅନୁଷ୍ଠାନର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପାଳ ,ଗୁରୁ ପ୍ରକାଶ କୁମାର ରଥ,ସଂଯୁକ୍ତା ମହାପାତ୍ର, ସୁଶୀଲ କୁମାର ଦାଶ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସମ୍ପାଦକ କିଶୋର ଚନ୍ଦ୍ର ସାହୁ ସମ୍ପାଦକୀୟ ବିବରଣୀ ପଠନ ଓ ସାସ୍କୃତିକ ସମ୍ପାଦକ ବିଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ନାଥ ଦାଶଙ୍କ ସମେତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।