ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲିବା ସହ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବା ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୁ ଦାବୀ ପତ୍ର ପ୍ରଦାନ କଲା ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ମଞ୍ଚ |
ଶ୍ରୀମନ୍ଦିରରେ ଵର୍ତମାନ ସମୟରେ କେବଳ ସିଂହଦ୍ୱାର ଦେଇ ସମସ୍ତ ଭକ୍ତଙ୍କୁ ଛଡା ଯାଉଛି |ଯାହା ଫଳରେ ସିଂହଦ୍ୱାରରେ ଭକ୍ତଙ୍କ ଲମ୍ବାଧାଡି ଲାଗି ରହୁଛି |ଭକ୍ତ ମାନଙ୍କୁ ପ୍ରଶାସନ ଦର୍ଶନ ପାଇଁ ଡ଼ହ ଡ଼ହ ଖରାରେ
ସିଝିବାକୁ ବାଧ୍ୟ୍ୟ କରୁଛି ଏବଂ ମୁଣ୍ଡଫଟା ଖରାରେ ଭକ୍ତ ମାନଙ୍କ ପାଦ, ଦେହ ସିଝି ଯାଉଛି | ବିଶେଷ କରି ରବିବାର ତଥା ଛୁଟି ଦିନ ମାନଙ୍କରେ ଅନ୍ୟ ତିନିଦ୍ୱାର ବନ୍ଦ ଯୋଗୁଁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗି ରହୁଛି |
ଯାହା ଫଳରେ ଭକ୍ତ ମାନେ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି |ଅସହ୍ୟ ଓ ମୁଣ୍ଡଫଟା ଖରାରେ ଅନେକ ସମୟରେ ଭକ୍ତ ମାନେ ଚେତାଶୂନ୍ୟ ହେଇ ଯାଉଛନ୍ତି | ପୂର୍ବରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନପାଇଁ ଶ୍ରୀମନ୍ଦିରର ଚାରିଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରୁଥିଲେ କିନ୍ତୁ କୋଭିଡି କଟକଣା ପରଠାରୁ ବିଭିନ୍ନ ଆଳ ଦେଖାଇ ଶ୍ରୀମନ୍ଦିର ପ୍ରଶାସନ ଚାରିଦ୍ୱାର ପ୍ରବେଶ ଭକ୍ତଙ୍କ ପାଇଁ ବନ୍ଦ କରିଛି |ପୂର୍ବରୁ ପଶ୍ଚିମ ଦ୍ୱାର ଦେଇ ପୁରୀବାସୀଙ୍କୁ ଦର୍ଶନ ପାଇଁ ଛଡା ଯାଉଥିଲା | କିନ୍ତୁ ଏବେ
ପଶ୍ଚିମ ଦ୍ୱାର ଦେଇ ଦର୍ଶନ ବନ୍ଦ କରିଦିଆଯାଇଛି | ପୁରୀବାସୀ ମହାପ୍ରସାଦ ଆଣିବା ପାଇଁ ଲମ୍ବା ଧାଡିରେ ସିଂହଦ୍ୱାର ଦେଇ ଯିବାକୁ ପଡୁଛି ଯାହା ସମୟ ସାପେକ୍ଷ୍ୟ ଓ ଯନ୍ତ୍ରଣା ଦାୟକ |
ଏଣୁ ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ମଞ୍ଚ କହିଛି
ଭକ୍ତଙ୍କ ପାଇଁ ଚାରି ଦ୍ୱାର ଖୋଲିବା ସହ ପୁରୀବାସୀଙ୍କୁ ପୂର୍ବ ପରି ପଶ୍ଚିମ ଦ୍ୱାର ପଟେ ଦର୍ଶନ ପାଇଁ ଛଡାଯାଉ କିମ୍ବା ଆଧାର କାର୍ଡ ଦେଖି ପୁରୀବାସୀଙ୍କୁ ଛଡାଯାଉ ନହେଲେ ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ମଞ୍ଚ
ଭକ୍ତ ମାନଙ୍କ ଅଧିକାର ପାଇଁ ହାଇକୋର୍ଟରରେ ମାମଲା ଦାୟର କରିବ ବୋଲି ମଞ୍ଚ ଗଣ ମାଧ୍ୟମକୁ କହିଛି |
ଉକ୍ତ ଦାବୀ ପ୍ରଦାନ ସମୟରେ ସଂଘର ଆବାହକ ଅନିଲ୍ କୁମାର ସାହୁ, ସୁରେଶ ମହାପାତ୍ର, କର୍ଣ୍ଣବୀର ମହାପାତ୍ର, ବିଚିତ୍ରାନନ୍ଦ ଦାଶ, ଶକ୍ତିଧର ବିଶୋଇ, ଉମା ଶଙ୍କର ସାହୁ, ଅର୍ଜନ ସାହୁ, ପ୍ରତାପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |
ରଥଯାତ୍ରା ପରେ ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତ ପାଇଁ ଖୋଲିବ ବୋଲି ଶ୍ରମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରତିଶୃତି ଦେଇଛନ୍ତି |
Related Stories
November 24, 2024