
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ସୋମବାର ଦିନ ଓମକାରେଶ୍ୱର ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା ଘଟଣାରେ ରାକେଶ କୁମାର ନନ୍ଦ ନାମକ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ସଦର ତହସିଲଦାର କ୍ଷୀରୋଦ କୁମାର ବେହେରା ଜିଲ୍ଲା ରେଡ଼କ୍ରସ ଶାଖା ପକ୍ଷରୁ ମୃତକ ରାକେଶ ଙ୍କ ପିତା ହରିହର ନନ୍ଦ ଓ ମାତା ମନୋରମା ନନ୍ଦ ଙ୍କୁ କୋଡିଏ ହଜାର ଟଙ୍କା ର ସହାୟତା ରାଶି ପ୍ରଦାନ କରିଛନ୍ତି। ବାସେଳୀ ସାହି ମଙ୍ଗଳାଘାଟ ରୋଡ଼ ସ୍ଥିତ ତାଙ୍କ ଘରେ ତହସିଲଦାର ଶ୍ରୀ ବେହେରା ଏହି ସହାୟତା ରାଶି ପ୍ରଦାନ କରିବା ସହ ଶୋକ ବ୍ୟକ୍ତ କରିଥିଲେ।