ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଉପାଧ୍ୟକ୍ଷ ପଦ୍ମନାଭ ଦାମୀଙ୍କ ନେତୃତ୍ଵରେ ଚିତ୍ରକୋଣ୍ଡା ଜିଲ୍ଲା ପରିଷଦ ଜୋନ ୧ର ୮ ଗୋଟି ପଞ୍ଚାୟତର ସବୁ ବିଜୁ ଜନତା ଦଳର କର୍ମୀଙ୍କୁ ନେଇ ପାପୁଲୁର ପଞ୍ଚାୟତର ପେଟାଲ ଠାରେ ଏବଂ ଦୋରାଗୁଡା ପଞ୍ଚାୟତର ଗୌଡଗୁଡ଼ା ଠାରେ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ କେମିତି ମଜବୁତ୍ ହେବ ସେନେଇ ଆଲୋଚନା ହୋଇଥିଲା।
ଏଥିରେ ଅତିଥି ଭାବେ ପ୍ରଦୀପ ମାଝୀ, ଜିଲ୍ଲା ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ବିଧାୟକ ପ୍ରତିନିଧି ଅମିତ୍ ଅଗ୍ରୱାଲ, ବ୍ଲକ୍ ଯୁଗ୍ମ ସମ୍ପାଦକ ଗଣେଶ ଖରା, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଯୁବନେତା ଚିତରଞ୍ଜନ ପଟ୍ଟନାୟକ, ସୁଶାନ୍ତ ଖରା, ଚନ୍ଦନ ସାହୁ, ସୁଶାନ୍ତ ଭତ୍ରା, ସୁଶାନ୍ତ ପ୍ରଧାନ, ଚିତ୍ରକୋଣ୍ଡା ସମିତିସଭ୍ୟ ତଥା ବିଜେଡି ବ୍ଳକ ଯୁବ ସଭାପତି ରାଜକମଲ ପୁରୋହିତ, ସୁକ୍ରା ମୁଦୁଲି, ଦୂଲବ ଖିଲ, ଶିବ ଖରା, ଅର୍ଜୁନ ଦଳେଇ, ଦମୁ ହରିଜନ, ୮ ଟି ପଞ୍ଚାୟତର ସରପଞ୍ଚ ସମେତ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ।