-
ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ରେ ବୃକ୍ଷରୋପଣ
ପୁରୀ, ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଜାତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ପରିସର ରେ ମିଶନ ଓଡ଼ିଶା ସହଯୋଗରେ ବୃକ୍ଷରୋପଣ ଆରମ୍ଭ ହୋଇଛି।ପ୍ରାରମ୍ଭରେ ବିଶ୍ଵବିଦ୍ୟାଳୟ ର ନିର୍ଦେଶକ ପ୍ରଫେସର ଅତୁଲ କୁମାର ନନ୍ଦ, ଚଳିତବର୍ଷ ର ପରିବେଶ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ “ମିଷ୍ଠି”ସଂକଳ୍ପ କରାଇବା ପରେ , ବିଶ୍ଵବିଦ୍ୟାଳୟ ପରିସରରେ ଚଳିତବର୍ଷ ର ପ୍ରଥମ ବୃକ୍ଷରୋପଣ ଆରମ୍ଭ କରାଯାଇଥିଲା। ମିଶନ ଓଡ଼ିଶା ର ସଂପାଦକ ମଧୁସୂଦନ ମିଶ୍ରଙ୍କ ପରିଚାଳନା ରେ ଶିକ୍ଷାନୁଷ୍ଠାନ ର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ପ୍ରକୃତିବନ୍ଧୁ ବଦ୍ରି ମିଶ୍ର ଓ ଅଧ୍ୟାପକ ବିଶ୍ଵନାଥ ମିଶ୍ର, ସୌମ୍ୟରଞ୍ଜନ ପାତ୍ର ,ପ୍ରଫେସର ଅନୁପମା ପୃଷ୍ଟି, Dr Dharmendra କୁମାର ସିଂହ ଦେଓ , ମହେଶ କୁମାର ପାଣିଗ୍ରାହୀ , ସୁଶାନ୍ତ କୁମାର ଶତପଥୀ, ସୁଶାନ୍ତ କୁମାର ରାୟ , ବିଶ୍ବନାଥ ମିଶ୍ର, ନବୀନ କୁମାର ପ୍ରଧାନ, ଅଜୟନନ୍ଦ ସାହୁ ଉପସ୍ଥିତ ରହିଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଚଳିତ ବର୍ଷ ବିଶ୍ଵବିଦ୍ୟାଳୟ,ମିଶନ ଓଡ଼ିଶା, ନିର୍ମାଲ୍ୟ ଓ ଓଡ଼ିଶା ଯୁବ ଚେତନା ସଂଗଠନ ର ମିଳିତ ସହଯୋଗରେ ପାଞ୍ଚହଜାର ଗଛ ଲଗାଯିବ ବୋଲି ଘୋଷଣା କରାଯାଇଛି।