
ପୁରୀ. ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଏକ ଜଳଛତ୍ର କାର୍ଯ୍ୟକ୍ରମ ମଙ୍ଗଳାଘାଟ ବ୍ରିଜ ଠାରେ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ମହନ୍ତ ଶ୍ରୀ ପର୍ଶୁରାମ ଦାସ, ସ୍ୱାମୀ ଶୁଭନାନ୍ଦ ପ୍ରମୁଖ ଯୋଗ ଦେଇଥିଲେ. ଏହି କାର୍ଯ୍ୟକ୍ରମରେ ଶତାଧିକ ପର୍ଯ୍ୟଟକ ମାନଙ୍କୁ ଆଶ୍ବସ୍ତି ସଦସ୍ୟ ସଦସ୍ୟା ମାନେ ଟଙ୍କ ତୋରାଣି ଏବଂ ପାନମଧୁରୀ ସରବତ ଦେଇ ତୃଷାର୍ଥି ମାନଙ୍କର ତୃଷ୍ନା ନିବାରଣ କରିଥିଲେ. ଏହି କାର୍ଯ୍ୟକ୍ରମଟି ଆଜି ଠାରୁ ରଥଯାତ୍ରା ପର୍ଯ୍ୟନ୍ତ ଜାରି ରହିବା ପାଇଁ ଆଇନ ଯିବି ଶ୍ରୀ ଦୀପକ ପଣ୍ଡା ମନ୍ତବ୍ୟ ଦେଇଥିଲେ. ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟି ମିତା ପଣ୍ଡାଙ୍କ ତତ୍ୱାବଧାନରେ ଉପସଭାପତି ମହାବୀର ପଣ୍ଡା, ରାଜଶ୍ରୀ କହ୍ନର, କମଳିନୀ ମହାପାତ୍ର, ଶ୍ରୀକାନ୍ତ ସେଠି, ଜଗନ୍ନାଥ ଦାସ, ସ୍ୱପ୍ନା ବିଶ୍ୱାଳ, ସତ୍ୟରଞ୍ଜନ ସାହୁ ଏବଂ ସୌମ୍ୟକ ପରିଛା ପ୍ରମୁଖ ଯୋଗଦାନ ଦେଇ କାର୍ଯ୍ୟକ୍ରମ ଟିକୁ ଅତି ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ.