
ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ ପୁରୀ ଦ୍ଵାରା ସିଂହ ଦ୍ଵାର ସାମ୍ମୁଖ ମଙ୍ଗୁ ମଠ ନିକଟରେ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି l ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ମୂଖ୍ୟ ପ୍ରକାଶକ ରଞ୍ଜନ କୁମାର ଦାସ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ, ଅତିରିକ୍ତ ଜିଲ୍ଲାପାଳ ପୁରୀ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ପୁରୀ ଭାବାତରଣ ସାହୁ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ସମେତ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠଶିଳ୍ପୀ ମାନେ ଭାକ୍ତି ଭଜନ ପରିବେଷଣ କରିଥିଲେ l ଶ୍ୟାମ ସେନାପତି, ଗଣେଶ ମହାପାତ୍ର ଏବଂ ଦଣ୍ଡପାଣି ମହାପାତ୍ର ସମେତ ଉପସ୍ଥିତ ଥିଲେ l