
ବଲାଙ୍ଗିର,ଗତକାଲି ସନ୍ଧ୍ୟା ବେଳେ ବଲାଙ୍ଗିର ବ୍ରାହ୍ମଣ ପଡ଼ା ନୃସିଂହ ମନ୍ଦିର ପଛପଟେ ବିଦ୍ୟୁତ୍ ସରବରାହ ବନ୍ଦ ଥିବା ଯୋଗୁଁ ତାକୁ ହାତୀ ସାଲପଡ଼ାର କାଳିଆ ସାହୁ ନାମକ ଜଣେ କର୍ମଚାରୀ ଠିକ୍ କରିବାକୁ ଟ୍ରାନ୍ସଫର୍ମର କାମ କରୁଥିବା ବେଳେ ହଠାତ ନିଆଁ ଲାଗି ଗୁରୁତର ଭାବରେ ମୁହଁ ହାତ ଇତ୍ୟାଦି ବିଭିନ୍ନ ଅଙ୍ଗ ପୋଡ଼ି ଯାଇ ଗୁରୁତର ଆଘାତପ୍ରାପ୍ତ ହୋଇଥିଲେ। ହାତରେ ରବର୍ ଗ୍ଲୋବ ଲଗାଇଥିଲେ ମଧ୍ୟ ସେଥିରେ ନିଆଁ ଲାଗିଥିଲା। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସ୍ପଟାଲରେ ଭର୍ତି କରାଯାଇଥିବା ବେଳେ ଗୁରୁତ୍ଵ ଦୃଷ୍ଟିରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।