ଭୁବନେଶ୍ବର,କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଭୁବନେଶ୍ବରରେ ପହଂଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏମ୍ସ ଅଭିମୁଖେ ଯାଇଥି୍ଲେ । ସେଠାରେ ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାନଗାରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଆହତଙ୍କ ଚିକିତ୍ସାକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସହ ଫୋନରେ କଥା ହୋଇଥିଲେ।
ଶନିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦେଶରେ କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ, ଅଧୀକ୍ଷକ ଦିଲ୍ଲୀପ ପରିଡ଼ାଙ୍କ ତତ୍ବାବଧାନରେ ଦୁଇଟି ଡାକ୍ତରୀ ଦଳ କଟକ ଏସସିବି ମେଡିକାଲ ଏବଂ ବାଲେଶ୍ବରକୁ ଯାଇଛନ୍ତି।