ଭୁୁବନେଶ୍ୱର – ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରେ ନିର୍ଯ୍ୟାତନାର ଶୀକାର ହୋଇଥିବା ସଂଖ୍ୟାଲଘୁ ସଂପ୍ରଦାୟର ଶରଣାର୍ଥୀ ମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରିବା ପାଇଁ ଯେଉଁ ଆଇନ ପ୍ରଣୟନ ହେଲା ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେପି ପ୍ରଭାରୀ ତଥା ପାର୍ଟିର ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ।
ସେ କହିଛନ୍ତି ଯେ ଏହି ପଦକ୍ଷେପ ଭାରତର ଇତିହାସରେ ସ୍ୱର୍ଣାକ୍ଷରରେ ଲେଖା ଯିବ । ଏହି ଆଇନ ପାରିତ ହେବା ପରେ ସେମାନଙ୍କର ଜୀବନରେ ଖୁସି ଆସିବ, ସେମାନେ ନାଗରିକତ୍ୱ ପାଇବେ ।
ସେ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ହେବା, ସମସ୍ତଙ୍କ ପ୍ରୟାସରେ ସର୍ବସମ୍ମତି କ୍ରମେ ଅଯୋଧ୍ୟାରେ ଶ୍ରୀରାମଜନ୍ମଭୂମି ଠାରେ ମନ୍ଦିର ନିର୍ମାଣ ପାଇଁ ମାର୍ଗ ପ୍ରସ୍ତୁତ ହେବା ପରେ ଏବେ ନାଗରିକତା ସଂଶୋଧନ ବିଲ ପାରିତ ହୋଇ ପାରିଛି । ଏହା ଦ୍ୱାରା ଏହି ଶରଣାର୍ଥୀ ମାନଙ୍କୁ ଲାଭ ମିଳିବ ବୋଲି ସେ କହିଛନ୍ତି ।