-
ଅଦ୍ୟାବଧି ୨୮୮ ମୃତ,
-
୩୮୨ ଆହତ ଚିକିତ୍ସାଧିନ, ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ
ଭୁବନେଶ୍ଵର/ବାଲେଶ୍ଵର, ବାଲେଶ୍ଵର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଅଦ୍ୟାବଧି ୨୮୮ ଜଣଙ୍କ ମୃତ୍ୟୁ ଘଟିଛି । ୧୧୭୫ ଜଣ ଆହତ ହୋଇଥିଲେ । ସେମାନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଭର୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ୭୯୩ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏବେ ୩୮୨ ଜଣ ଆହତ ଚିକିତ୍ସାଧିନ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହକୁ ଭୁବନେଶ୍ଵରରେ ରଖାଯିବ । ରାଜଧାନୀର ସମସ୍ତ ହସ୍ପିଟାଲରେ ରହିଥିବା ଶବାଗାରରେ ଏହି ଶବଗୁଡିକୁ ରଖାଯିବ । ମୃତଦେହ ଚିହ୍ନଟ ପାଇଁ ଏହାକୁ ଗଚ୍ଛିତ ରଖାଯିବ । ସମ୍ପର୍କିୟ ମାନେ ନିଜର ପରିଚୟ ଦେଇ ମୃତଦେହ ଚିହ୍ନଟ କରି ଏହାକୁ ନେଇପାରିବେ ।