ସାଲେପୁର, ଆସନ୍ତା ୪ ତାରିଖରେ ଅନୁଷ୍ଠିତ ହେବ ଭବିଷ୍ୟତ ମାଳିକାକାର ମହାପୁରୁଷ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦେବସ୍ନାନ ଯାତ୍ରା । ପଦ୍ମବନ ପୀଠରେ ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ପହଞ୍ଚିବା ସହ ବାଲିମେଳା ପାଇଁ ପ୍ରସ୍ତୁତ ହେଉଛନ୍ତି । ବାଲିଯାତ୍ରା ପଡିଆରେ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବ୍ୟବସାୟିକ ପ୍ରତିଷ୍ଠାନ ଆସି ନିଜର ପସରା ଖୋଲିବା ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିବା ବେଳେ ଆବଶ୍ୟକ ସୁବିଧା ଯଥା ବିଦ୍ୟୁତ, ପିଇବା ପାଣି ଓ ରାସ୍ତାଘାଟର ଓ ଗାଡି ମୋଟରର ସୁବିଧା ନଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ପ୍ରଭୁଙ୍କର ନୀତିକାନ୍ତି କିଭଳି ସୁଚାରୁ ରୂପେ ସଂପନ୍ନ ହେବ ସେଥିପାଇଁ ନୀତିଆୟୋଗମାନେ ସେମାନଙ୍କର ନିଜ ନିଜ ପ୍ରସ୍ତୁତ ଥିବା ବେଳେ ପୀଠ ପାଖରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ନେମାଳ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯିବା ସହ ଏକପାଖିଆ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ସଂପୂର୍ଣ୍ଣ ନୀତିକାନ୍ତି ସହକାରେ ପାଳିତ ହେବ । ସେଥିପାଇଁ ଶ୍ରୀ ଶ୍ରୀ ଗୋପୀନାଥଜୀଉ ଓ ମହାପୁରୁଷ ଅଚ୍ୟୁତାନନ୍ଦ ଆଶ୍ରମ ଟ୍ରଷ୍ଟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମକୁ ନେଇ ପ୍ରଶାସନ ପ୍ରସ୍ତୁତି ଯୋରଦାର କରିଛି। ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ପ୍ରଭୁଙ୍କ ଦର୍ଶନ ଓ ଭୋଗରାଗ ସୂଚାରୁ ରୂପେ କରିପାରିବେ ସେଥିପାଇଁ ସ୍ଵତନ୍ତ୍ର ବ୍ୟାରିକେଟ୍ ବ୍ୟବସ୍ଥା କରାଯିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି । ବାଲିଯାତ୍ରା ମହୋତ୍ସବ ଚଳିତ ବର୍ଷ ତିନି ଦିନ ବଦଳରେ ୫ ଦିନ ଧରିି ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Related Stories
November 22, 2024