
ଜୟପୁର, ଜୟପୁର ମୁଖ୍ୟ ଟ୍ରାଫିକ ଛକ ନିକଟରେ ଥିବା ବିରାଟ ଜାତୀୟ ପତକାକୁ ଅର୍ଦ୍ଧନମିତ କରାଯାଇଛି। ଗତକାଲି ବାଲେଶ୍ଵରର ବାହାନଗା ଠାରେ ଭୟଙ୍କର ରେଳ ଦୁର୍ଘଟଣାରେ ଅଦ୍ୟାବଧି ୨୬୧ ଜଣଙ୍କ ମୃତ୍ୟୁ ଘଟିଛି। ୯ ଶହରୁ ଉର୍ଦ୍ଧ୍ଵ ଆହାତ ହୋଇଛନ୍ତି । ଏନେଇ ରାଷ୍ଟ୍ରିୟ ଶୋକ ଘୋଷଣା କରାଯାଇଛି । ଏନେଇ ଜାତୀୟ ପତକାକୁ ଆଜି ଅର୍ଦ୍ଧନମିତ କରାଯାଇଛି । ଏଥିପାଇଁ କୌଣସି ସରକାରି ଉତ୍ସବ ପାଳନ ନ କରିବାକୁ ନିର୍ଦ୍ଦେଶ ଆସିଛି । ଏନେଇ ଆଜି ଜୟପୁରରେ ଲାଗିଥିବା ବିରାଟ ଜାତୀୟ ପତକାକୁ ଅର୍ଦ୍ଧନମିତ କରାଯାଇଛି । ଦିନିକିଆ ଶୋକ ପାଳନ ଅବସରରେ ଜାତୀୟ ପତକାକୁ ଅର୍ଦ୍ଧନମିତ କରାଯାଇଥିବା ପୌର କାଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି ।