ଭୁବନେଶ୍ୱର – ବିଜେପିକୁ ବରଗଡରେ ଭାଗ ଭାଗ କରିବାକୁ ନବୀନ ନିବାସରୁ ଷଡଯନ୍ତ୍ର କରା ଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପିର ବରିÂ ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ।
ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଯେଉଁ ମାନେ ବିଜେପି ଟିକେଟରେ ନିର୍ବାଚିତ ହେବା ପରେ ବିଜେଡିରେ ସାମିଲ ହୋଇଛନ୍ତି । ସେମାନଙ୍କ ବିରୁଦ୍ଧରେ ଦଳ ବଦଳ ନିରୋଧୀ ଆଇନ ଲାଗୁ ହେବ । ଗତ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କୁ ଅନ୍ୟ ପାର୍ଟିରେ ସାମିଲ ହେବାକୁ ରୋକିବା ପାଇଁ ଏହି ନିୟମ ଆଣିଥିଲେ । ସେହି ନିୟମ ଏବେ ବିଜେପି ଛାଡି ବିଜେଡିରେ ସାମିଲ ହେଉଥିବା ଜିଲ୍ଲା ପରିଷଦ ସଦସ୍ୟଙ୍କ ବିରୁଦ୍ଧରେ ଲାଗୁ ହେବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି େ ଯ ବିଜେପି ପ୍ରତିନିଧିଦଳ ଏ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବ ।