ଭୁୁବନେଶ୍ୱର – ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ଶିକ୍ଷକ କ୍ଲଷ୍ଟର ସ୍ଥାପନା କରା ଯିବା ଆଗାମୀ ୧୮ ତାରିଖ ଦିନ ଏହି କ୍ଲଷ୍ଟରର ଶିଳାନ୍ୟାସ କରା ଯିବ ବୋଲି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଏଥିରେ ୧୫ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆ ଯିବ । ଏହା ଦ୍ୱାରା ସାତଟି ପଂଚାୟତର ସ୍କୁଲ ଗୁଡିକ ଲାଭବାନ ହେବେ । ଏଥି ପାଇଁ ୭ କୋଟି ଟଙ୍କା ବ୍ୟୟ କରା ଯିବ । ଏହା ଦ୍ୱାରା ଶିକ୍ଷ
ସେ କହିଛନ୍ତି ଯେ ଉପାନ୍ତ ଅଂଚଳରେ ଶିକ୍ଷକ ମାନଙ୍କୁ ରଖିବା ଦିଗରେ ଏହା ସହାୟକ ହେବ । ସ୍ୱାଭିମାନ ଅଂଚଳରେ ଶିକ୍ଷକ ମାନେ ରହିବାରେ କୌଣସି ଅସୁବିଧା ହେବ ନାହିଁ ।
ଉଲ୍ଲେଖନୀୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳର ବିକାଶ ପାଇଁ ଶହେ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।