-
ଶ୍ରୀଜଗନ୍ନାଥ ସଂସ୍କୃତିକୁ ଵିଶ୍ଵମୟ କରିବାରେ ଏ ମେଳା ର ଅବଦାନ ସ୍ମରଣୀୟ
ଶ୍ରୀଜଗନ୍ନାଥ ତଥା ଉତ୍କଳୀୟ ସଂସ୍କୃତି କୁ ବିଶ୍ଵ ର କୋଣ ଅନୁକୋଣରେ ପହଞ୍ଚାଇବାରେ ଲୋକମେଳା ର ଅବଦାନ ସ୍ମରଣ ରହିବ ବୋଲି କହିଛନ୍ତି ପୁରୀ ର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ।ପ୍ରଫେସର ହରେକୃଷ୍ଣ ଶତପଥିଙ୍କ ଅଧ୍ୟକ୍ଷତା ଓ ସଂପାଦକ ରାଜେଶ କୁମାର ମହାନ୍ତିଙ୍କ ସଂପାଦନା ରେ ଶ୍ରୀ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଦ୍ବାରା ଆୟୋଜିତ ଏକବିଂଶ ଲୋକମେଳା ଓ ଚତୁର୍ଦଶ କୃଷି ମେଳାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସାହୁ, କହିଥିଲେ ଯେ ଭାରତବର୍ଷ ର ବିଭିନ୍ନ ରାଜ୍ୟ ର କଳାକାରଙ୍କୁ ଆମ ସଂସ୍କୃତି ଓ ଧର୍ମଧାରା ସହ ପରିଚୟ କରାଇବାରେ ଶ୍ରୀ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ର ପଦକ୍ଷେପ ସ୍ବାଗତଯୋଗ୍ୟ। ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା କୃଷି ବିଶ୍ଵବିଦ୍ୟାଳୟ ର ଡିନ ପ୍ରଫେସର ପ୍ରସନଜିତ୍ ମିଶ୍ର କହିଥିଲେ ଯେ ରାଜ୍ୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ମତ ବିନିମୟ ମାଧ୍ୟମରେ ପୁରୀ ସଂସ୍କୃତି କୁ ସମୃଦ୍ଧ କରି ଦେଶବିଦେଶର ପର୍ଯ୍ୟଟକଙ୍କୁ ଏଥିପାଇଁ ଆକର୍ଷିତ କରିବା କମ୍ କଥା ନୁହେଁ। ସଂସ୍କୃତି ସହ କୃଷିମେଳା ର ଆୟୋଜନ ଚଷା ଓ ଚାଷୀଂକୁ ଉତ୍ସାହିତ କରିବ ନିଶ୍ଚୟ।ଉତ୍ସବକମିଟି ଅଧ୍ୟକ୍ଷ ବଦ୍ରି ମିଶ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜକାନ୍ତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ହୋଟେଲ ଆସୋସିଏସନ୍ ର ସଂପାଦକ ରାଜକିଶୋର ପାତ୍ର ଅତିଥି ଭାବେ ଯୋଗଦେଇଥିବା ବେଳେ ସଂଗଠନ କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ,ଅର୍ଥ କମିଟି ଅଧ୍ୟକ୍ଷ ଗୌରହରି ପ୍ରଧାନ, ଉତ୍ସବ କମିଟି ଉପାଧ୍ୟକ୍ଷ ବିଶ୍ବନାଥ ମିଶ୍ର, ଅନୁଷ୍ଠାନ ର ସାଂସ୍କୃତିକ ସଂପାଦକ ଶ୍ୟାମ ପ୍ରକାଶ ସେନାପତି, ମଞ୍ଚାସୀନ ଥିଲେ। ଭାରତବର୍ଷର ବିଭିନ୍ନ ଅଞ୍ଚଳ ରୁ ଖଦୀ ବୋର୍ଡ,କତା ନିଗମ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରଣାଳୟ,କୃଷି ବିଜ୍ଞାନ, ଉଦ୍ୟାନ ବିଭାଗ,ମୂର୍ତ୍ତିକା ବିଭାଗ,ସାର ବିଭାଗ, ପାଣିପାଗ ବିଭାଗ, କୃଷିମେଳା ରେ ଯୋଗଦାନ କରିଛନ୍ତି।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାକୁ ସଂଯୋଜନା କରିଥିଲେ ଚନ୍ଦ୍ରବିଜୟୀ ମିଶ୍ର | ଆଗାମୀ ତିନି ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ ବୋଲି ସଂପାଦକ ରାଜେଶ କୁମାର ମହାନ୍ତି ଜଣାଇଛନ୍ତି |