
-
ବିଜେଡିର 80 ପ୍ରତିଶତ ନେତୃତ୍ୱ ଦଳ ଛାଡ଼ିବା ମାନସିକ ସ୍ତରରେ ପାଇଁ ଅଛନ୍ତି ପ୍ରସ୍ତୁତ
ଭୁବନେଶ୍ୱର, ବିଜେଡି ବିଧାୟକ ମାନେ ବିଜେପି ସମ୍ପର୍କରେ ଥିବା କଥାରେ ସତ୍ୟତା ଅଛି । ରାବଣର ସାମ୍ରାଜ୍ୟକୁ ଶେଷ କରିବା ପାଇଁ ଜଣେ ବିଭୀଷଣର ଆବଶ୍ୟକତା ଥିଲା । ଏବେ ବିଜେଡ଼ିରେ ଏବଂ ରାଜ୍ୟ ସରକାରରେ ଭ୍ରଷ୍ଟାଚାର, ଅନାଚାର ଏବଂ ଏକଛତ୍ରବାଦ ଚାଲିଛି । ଏହାକୁ ଶେଷ କରିବାକୁ ବିଜେଡିରୁ 100ରୁ ଉର୍ଦ୍ଧ୍ବ ବିଭୀଷଣ ହୋଇ ବିଭିନ୍ନ ନେତୃତ୍ୱ ବାହାରିବେ ବୋଲି କହିଛନ୍ତି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଏହାର ପରିଣାମ ଆଗାମୀ ଦିନରେ ଓଡ଼ିଶା ରାଜନୀତି ଦେଖିବ । ରାଜ୍ୟ ସଭାପତିଙ୍କ କଥାରେ ପୁରା ସତ୍ୟତା ଅଛି । ବିଜେଡିର 80 ପ୍ରତିଶତ ନେତୃତ୍ୱ ଦଳ ଛାଡ଼ିବା ମାନସିକ ସ୍ତରରେ ପାଇଁ ପ୍ରସ୍ତୁତ ଅଛନ୍ତି । କାହାକୁ ବିଜେପି ନେବ ତାହା ସମୟ ଉପରେ ନିର୍ଭର କରୁଛି । ବିଜେଡ଼ିରେ ଭାଗ ଭାଗ ହେବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଗାମୀ ଦିନରେ ନୂଆ ଉଦାହରଣ ସୃଷ୍ଟି ହେବ । ବିଜେଡିର ଯେଉଁ ନେତା ମାନେ ରାବଣ ରାଜ୍ୟକୁ ଶେଷ କରିବାକୁ ଚାହୁଁଛନ୍ତି ସେମାନେ ସମସ୍ତେ ବିଜେପି ସହ ସମ୍ପର୍କରେ ଅଛନ୍ତି ବୋଲି କହିଛନ୍ତି ।