
ମାଲକାନଗିରି, ମାଲକାନଗିରି ଜିଲ୍ଲାର ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅକ୍ଷୟ କୁମାର ଖେମୁଣ୍ଡୁଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଡକ୍ଟରେଟ ଇନ ଫିଲୋସଫି ଭାବେ ତାମିଲନାଡୁ ସ୍ଥିତ ପେରାମବୁଲୁର ଠାରେ ଏକ ଆନ୍ତଃ ରାଷ୍ଟ୍ରୀୟ ଦୀକ୍ଷାନ୍ତ ସମାରୋହରେ ସମ୍ମାନିତ କରାଯାଇଛି। ଏହି ଡକ୍ଟରେଟ ସମ୍ମାନ ଉତ୍ତର ମେରିଆନା ଆଇଲେଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ ସମ୍ନାନଜନକ କାଲିଫର୍ଣ୍ଣିଆ ପବ୍ଲିକ ବିଶ୍ୱ ବିଦ୍ୟାଳୟ ତରଫରୁ ପ୍ରଦାନ କରାଯାଇଅଛି। ଶ୍ରୀ ଖେମୁଣ୍ଡୁଙ୍କୁ ପବ୍ଲିକ ଆଡ଼ମିନିଷ୍ଟ୍ରେସନ ତଥା ସାଧାରଣ ପ୍ରଶାସନ ବିଷୟବସ୍ତୁ ଉପରେ ଅଧିକାରୀ ଭାବରେ ତାଙ୍କର ସାଧାରଣ ପ୍ରଶାସନ ପ୍ରତି ବଳିଷ୍ଠ ଅବଦାନ, କାର୍ଯ୍ୟଶୈଳୀ, କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟ ନିପୁଣତା ଜନ ସାଧାରଣଙ୍କ ପାଖରେ ସମର୍ପିତ ଭାବରେ ସରକାରଙ୍କ ବିଭିନ୍ନ ଯୋଜନାକୁ ପହଞ୍ଚେଇବାରେ ଫଳପ୍ରଦ କରିବା ଇତ୍ୟାଦି ବିଷୟକୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ସିନେଟ ଅବଲୋପନ କରିବା ପରେ ସିନେଟର ଅନୁମୋଦନ କ୍ରମେ ଶ୍ରୀ ଖେମୁଣ୍ଡୁଙ୍କୁ ଏହି ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି। ଏହି ସମାରୋହରେ ଦେଶ ବିଦେଶରୁ ବିଭିନ୍ନ ଗବେଷକ ଓ ପ୍ରାଧ୍ୟାପକ ଯୋଗ ଦେଇଥିବା ସୁଚନା ମିଳିଛି ।