ବଲାଙ୍ଗିର ,ବିଶ୍ୱ ତମାଖୁ ବର୍ଜନ ଦିବସ ୨୦୨୩ ଉପଲକ୍ଷେ ଆଜି ବଲାଙ୍ଗିର ରୁଗୁଡି ପଡ଼ା ଭାଗିରଥି ଛକ ଠାରେ ତମାଖୁ ବ୍ୟବହାର ଦ୍ୱାରା ହେଉଥିବା ମୁଖ କର୍କଟ ତଥା ହେଉଥିବା ରୋଗ ସମ୍ପର୍କରେ ଚିତ୍ର ପ୍ରଦର୍ଶନୀ ଭିଡିଓ କ୍ଲିପ୍ ପ୍ରଦର୍ଶନ କରାଯାଇଥିଲା । ଭାରତୀୟ ଦାନ୍ତ ଚିକିତ୍ସକ ସଂଘ ରୟାଲ ଶାଖା ବଲାଙ୍ଗିର ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀ କୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଯୋଗଦେଇ ଉଦ୍ଘାଟନ କରିଥିଲେ । ପ୍ରଦର୍ଶନୀ ଦେଖିଲା ପରେ ପ୍ରସଂସା କରି ଦନ୍ତ ଚିକିତ୍ସକ ମାନଙ୍କ ଏହି ମହତ କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ । ପ୍ରଦର୍ଶନୀ ବାହାରେ ଏକ ସାହାଯ୍ୟ ଟେବୁଲ ରେ ଟବାକୋ ବ୍ୟବହାର କାରୀ ମାନଙ୍କୁ ବର୍ଜନ ପାଇଁ ପରାମର୍ଶ ଦିଆଯାଇଥିଲା । ସମାଜ ର ବିଭିନ୍ନ ବର୍ଗର ନାଗରିକ ପ୍ରଦର୍ଶନୀ ବୁଲି ଦେଖି ଥିଲେ । ଦେଶରେ କର୍କଟ ବ୍ୟାପିବାର ମୁଖ୍ୟ ହେଉଛି ତମାଖୁର ବହୁଳ ପ୍ରଚଳନ, ଆମକୁ ଦୃଢତା ର ସହିତ ଏହାର ବ୍ୟବହାର କୁ ବନ୍ଦ କରିବା ଆବଶ୍ୟକ ବୋଲି ଆଇ ଡି ଏ ରୟାଲ ଶାଖା ବଲାଙ୍ଗିର ସଭାପତି ଡା ଆକାଶ ଜୈନ କହିଛନ୍ତି । ସମ୍ପାଦକ ଡ଼ା ଜସ୍ୱିର ମେହେର କୋଷାଧ୍ୟକ୍ଷ ଡ଼ା ପଞ୍ଚଜନ୍ୟ ପଣ୍ଡା ବରିଷ୍ଟ ସଦସ୍ୟ ଡାକ୍ତର ଅଭୟ, ଡ଼ା ସୁଶୋଭିତା , ଶ୍ରିୟେସ, ଅଭିଷେକ, ସନ୍ତୋଷ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।