ଭଦ୍ରକ – ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନ ଜଗ୍ନନାଥପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରତାପ କୁମାର ମହାଳିକଙ୍କୁ ଡେପୁଟେସନରେ କୋରକରା ପଣସା ବିଦ୍ୟାଳୟକୁ ବଦଳି କରାଯାଇଛି। ଶିକ୍ଷକଙ୍କ ବଦଳି ହୋଇଥିବା ଜାଣିବା ପରେ ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଓ ଛାତ୍ରଛାତ୍ରୀମାନେ ଆଜି ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୯୧ଜଣ ପିଲା ପଢୁଥିବାବେଳେ ଛଅଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଆହୁରି ଶିକ୍ଷକଙ୍କର ଆବଶ୍ୟକତା ଥିବାବେଳେ ବ୍ଲକ ଶିକ୍ଷାଧିକାରୀ କେଉଁଭଳି ଭାବେ ଜଣେ ଶିକ୍ଷକଙ୍କୁ ଏଠାରୁ ବଦଳି କଲେ ତାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ତୁରନ୍ତ ବଦଳି ହୋଇଥିବା ଶିକ୍ଷକଙ୍କୁ ଏଠାରେ ପୁନଃ ନିଯୁକ୍ତି ନକଲେ ସୋମବାର ଠାରୁ ଅନିଦ୍ର୍ଧିଷ୍ଟକାଳ ଯାଏଁ ଧାରଣ ଆରମ୍ଭ ହେବ ବୋଲି ପରିଚାଳନା କମିଟି ସଭାପତି ଅଶୋକ ମଳିକ, ପ୍ରକାଶ ମଳିକ, ସୁଧାକର ସେଠୀ, ଅମ୍ବିକା ମଳିକ, ଅନନ୍ତ ମଳିକ, ଧରଣୀଧର ମଳିକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏସµର୍କରେ ଖବର ପାଇ ସିଆରସିସି ଘଟଣାସ୍ଥଳରେ ପହି ଅଭିଭାବକଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
Related Stories
November 24, 2024
November 24, 2024