
ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସୁରୁଵାଲି ଓ ଷଣ୍ଢପୁର ଗ୍ରାମ ଅଞ୍ଚଳରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ସବୁଜ ସଂକେତ ମିଳିଥିବାରୁ ବେସରକାରୀ ଜମି ଅଧିଗ୍ରହଣ ନିମିତ୍ତ ଧାରା ୫ ଅନୁସାରେ ଜନ ଶୁଣାଣୀ ଅନୁଷ୍ଠିତ ହୋଇଥିଲା।ସିପସୁରୁଵାଲି ଗ୍ରାମ ୧୩୩ କେ ଭି ଗ୍ରୀଡ ଷ୍ଟେସନ ନିକଟ ପଡିଆ ଠାରେ ଅନୁଷ୍ଠିତ ଏହି ଜନ ଶୁଣାଣୀ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିବା ସହ ଏହି ବିମାନ ବନ୍ଦର ପ୍ରତିଷ୍ଠା ଦ୍ଵାରା ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଓ ପର୍ଯ୍ୟଟନ ପାଇଁ ଦେଶ ବିଦେଶରୁ ଅଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଙ୍କ ଆଗମନ ବଢିବ।ଏହା ଦ୍ଵାରା ଅର୍ଥନୈତିକ ଅଗ୍ରଗତି, ରୋଜଗାରକ୍ଷମ ବୃଦ୍ଧି ଓ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ।ଉପଜିଲ୍ଲାପାଳ ଭବତାରଣ ସାହୁ ବିମାନ ବନ୍ଦର ପ୍ରତିଷ୍ଠା ଦ୍ଵାରା ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସୁବିଧା ମିଳିବ।ସ୍ଥାନୀୟ ଲୋକ ମାନଙ୍କୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସୁବିଧା ମିଳିବ।କ୍ଷତି ଗ୍ରସ୍ତ ଲୋକ ମାନଙ୍କୁ ସରକାରୀ ନିୟମ ଅନୁସାରେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ।ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ଭୂ ଅର୍ଜନ ଅଧିକାରୀ ନିରଞ୍ଜନ ବାରିକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିମାନ ବନ୍ଦର ପାଇଁ ମୋଟ ୧୧୬୪.୮୩୬ ଏକର ଜମି ର ଆବଶ୍ୟକତା ଥିବା ବେଳେ ସେଥି ମଧ୍ୟରୁ ସିପସୁରୁବୁଲି ଗ୍ରାମର ୧୫୩.୩୭୦ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯିବାର ଲକ୍ଷ୍ୟ ଅଛି ବୋଲି କହିଥିଲେ।ଏହି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ଏସ ଆଇ ଏ ୟୁନିଟ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଅନୁଷ୍ଠାନ ପ୍ରସ୍ତୁତ କରିଥିବା ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନ ଉପସ୍ଥାପନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ର ଡେପୁଟି ଆଡମିନଷ୍ଟଟର ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଉପଜିଲ୍ଲାପାଳ ରବିନ୍ଦ୍ର ପ୍ରଧାନ,ନିର୍ଦ୍ଦେଶ ପ୍ରତିନିଧି ଗିରିଧାରୀ ପଟ୍ଟନାୟକ, ବାଣିଜ୍ୟ ପରିବହନ ବିଭାଗ ଭୂ ଅର୍ଜନ ଅଧିକାରୀ ଉମାକାନ୍ତ ବାରିକ, ବ୍ରହ୍ମଗିରି ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ଗୋରୁଆଳ ସରପଂଚ ନିରଞ୍ଜନ ମିଶ୍ର, ସମିତି ସଭ୍ୟ ଜିତେନ୍ଦ୍ର ବେହେରା, ନାଏବ ସରପଞ୍ଚ କଲ୍ୟାଣୀ ଭୋଇ ପ୍ରମୁଖ ଯୋଗ ଦେଇ ମତାମତ ପ୍ରଦାନ କରିଥିଲେ।ଉପସ୍ଥିତ ଜନ ସାଧାରଣ ମଧ ସେମାନଙ୍କ ସକରାତ୍ମକ ମତାମତ ପ୍ରଦାନ କରି ବିମାନ ବନ୍ଦର କୁ ସ୍ୱାଗତ ଓ କ୍ଷତିଗ୍ରସ୍ତ ଙ୍କୁ ଉପଯୁକ୍ତ କ୍ଷତି ପୂରଣ ପାଇଁ ମତ ଦେଇଥିଲେ।