
ମାଲକାନଗିରି, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ବଡପଡା ଗ୍ରାମପଞ୍ଚାୟତ ଅଧୀନ କାର୍ଲାମାଲ ଗ୍ରାମରେ ଆଜି ସକାଳୁ ଗାଁ ପାଖ ବିଦ୍ୟୁତ ଖୁଣ୍ଟରୁ ତାର ଛିଣ୍ଡି ପଡ଼ିଥିବାରୁ ସେହି ଛିଣ୍ଡା ତାର ସଂସ୍ପର୍ଶରେ ଆସି ତିନୋଟି ଗାଈ ପ୍ରାଣ ହରାଇଛନ୍ତି। ବିଦ୍ୟୁତ୍ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ବର୍ତ୍ତମାନ ମୃତ ଗାଈ ମାନଙ୍କ ପାଇଁ କ୍ଷତିପୂରଣ ବିଦ୍ୟୁତ ବିଭାଗ ଦେଉ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ବିଦ୍ୟୁତ୍ ବିଭାଗ କ”ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।