ରାଉରକେଲା, ରାଉରକେଲା ସହରର ଛେଣ୍ଡ ନିକଟରେ ଥିବା ଭାରତ ପେଟ୍ରୋଲିୟମ ପକ୍ଷରୁ ଦିଆଯାଉଥିବା ମାଗଣା ନାଇଟ୍ରୋଜେନ ଓ ହାୱା ବ୍ୟବସ୍ଥା ପାଖରେ କୌଣସି ଛାତ ନଥିବାରୁ ପ୍ରଚଣ୍ଡ ଖରାରେ ଲୋକେ କଲବଲ ହେବାସହ ସେଠାରେ କାମ କରୁଥିବା କର୍ମଚାରୀ ବହୁ କଷ୍ଟ ସହି ଏହି କାର୍ଯ୍ୟ ତୁଲାଉଥିବା ଦେଖାଯାଉଛି । ଏହି ପେଟ୍ରୋଲ ପମ୍ଫରେ ପ୍ରବଳ ଭିଡ ହେବା ସହ ପେଟ୍ରୋଲ ନେବା ଯାଗାରେ ଛାତର ବ୍ୟବସ୍ଥା ସହ ପିଇବା ପାଣିର ବ୍ୟବସ୍ଥା ହୋଇଛି । ତେବେ ମାଗଣା ହାୱା ଓ ନାଇଟ୍ରୋଜେନ ଗାଡି ଚକାରେ ଦେବା ଲାଗି ହୋଇଥିବା ବ୍ୟବସ୍ଥା ଯାଗାରେ କୌଣସି ଛାତ ନାହିଁ, ସେଠାରେ ଖରା ବର୍ଷାରେ କର୍ମଚାରୀ ମାନେ କାମ କରୁଛନ୍ତି । ରାଉରକେଲାରେ ବର୍ତମାନ ଉତାପ ୪୩ ଡିଗ୍ରୀ ଅତିକ୍ରମ କରିଯାଉଛି, ସେହି ଉତାପରେ ଉଭୟ କର୍ମଚାରୀ ଓ ଗାଡି ମାଲିକ ମାନେ ବଡ କଷ୍ଟ ପାଉଛନ୍ତି । ଏନେଇ ଏହାର ସେଲ୍ସ ଅଫିସର ଆଶିଷ ସୋନକାରଙ୍କୁ ଯୋଗାଯୋଗ କରାଜିବାରୁ ସେ ଏହି କଥାକୁ ହୃଦୟଙ୍ଗମ କରି ଏନେଇ ବ୍ୟବସ୍ଥା କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପେଟ୍ରୋଲ ପମ୍ପରେ ଗ୍ରାହକ ଓ କର୍ମଚାରୀଙ୍କ ଲାଗି ଛାତର ବ୍ୟବସ୍ଥା କରିବାକୁ ସମସ୍ତ ପେଟ୍ରୋଲ ପମ୍ପ ମାଲିକଙ୍କୁ ତାଗିଦ କରିବାକୁ ଦାବି ହୋଇଛି ।
Related Stories
November 22, 2024