ଜୟପୁର , ଦୀର୍ଘ ଦିନର ଅମଲା ଙ୍କ ଦାବି ପୁରଣ ନ ହେବାରୁ ଜୁନ ଏକ ତାରିଖରୁ ସମସ୍ତ କାର୍ଯ୍ୟଳୟ ର ଅମଲା ମାନେ ଛୁଟି ରେ ରହିବା ନେଇ ବିଭିନ୍ନ ବିଭାଗର ଅମଲା ମାନେ ନିଜ ନିଜ କାର୍ଯ୍ୟାଳୟ ର ଅଧିକାରୀ ମାନଙ୍କୁ ଛୁଟି ଦରଖାସ୍ତ ପ୍ରଦାନ କରିଛନ୍ତି । ସେହିପରି ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ସମସ୍ତ ଅମଲା ମାନେ ଆଜି ତାଙ୍କ କାର୍ଯ୍ୟାଳୟ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଛୁଟି ଦରଖାସ୍ତ ପ୍ରଦାନ କରିଛନ୍ତି ପ୍ରକାଶ ଥାଉକି ଦିର୍ଘ ୬ ବର୍ଷ ଅତିକ୍ରମ କରି ଯାଇଥିଲେ ସୁଧା ସରକାର ଅମଲା ମାନଙ୍କ ଏକ ମାତ୍ର ଦାବି ପୁରଣ ନ କରିବାରୁ ଜିଲ୍ଲା ର ସମସ୍ତ ବିଭାଗ ରେ କାର୍ଯ୍ୟରତ ସମସ୍ତ ଅମଲା ମାନେ ରାଜ୍ୟ ମିଳିତ ଅମଲା ମଞ୍ଚ ଙ୍କ ନିର୍ଦ୍ଦେଶନାରେ ୨୧.୦୪.୨୦୨୩ ରିଖ ଦିନ କୋରାପୁଟ ଜିଲ୍ଲାର ୫୦୦ ରୁ ଉର୍ଦ୍ଧ୍ବ ଅମଲା ମାନେ ମୁଖ୍ୟମନ୍ତ୍ରୀ ଓଡିଶା ଙ୍କ ଉଦ୍ଦେଶ୍ୟରେ ର ଜିଲ୍ଲାପାଳ କୋରାପୁଟ ଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ, ତଥାପି ସରକାର ଏଥିନେଇ କୈାଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ରାଜ୍ୟ ମିଳିତ ଅମଲା ମଞ୍ଚ ମୁଖ୍ୟ ଶାସନ ସଚିବ ଓଡ଼ିଶା ଙ୍କୁ ଚରମ ପତ୍ର ପ୍ରଦାନ କରିଥିଲେ ଓ ଏହାର ନକଲ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଅମଲା ମାନେ ନିଜ ନିଜର କାର୍ଯ୍ୟାଳୟ ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ ତଥାପି ସରକାର ନିରବ ରହିବା ଯୋଗୁଁ ଓଡ଼ିଶାର ସମଗ୍ର ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରିବା ସହିତ ୨୨.୦୫.୨୦୨୩ ରିଖ ଠାରୁ କଳା ବ୍ୟାଜ ପରିଧାନ କରିଛନ୍ତି ଓ ଜୁନ ଏକ ତାରିଖରୁ ସମସ୍ତ ଅମଲା ମାନେ ସମୁହ ଛୁଟି ରେ ରହିବା ନିମନ୍ତେ ଛୁଟି ଦରଖାସ୍ତ ପ୍ରଦାନ କରିବା ସୁଚନା ମିଳିଛି. ଯଦି ସମସ୍ତ ଅମଲା ମାନେ ଜୁନ ୧ ତାରିଖରୁ ଛୁଟି ରେ ରୁହନ୍ତି ତାହେଲେ ବିଭିନ୍ନ କାର୍ଯ୍ୟାଳୟ ରେ କାର୍ଯ୍ୟ ର ଦୈନନ୍ଦିନ କାର୍ଯ୍ୟ ସଂପୂର୍ଣ୍ଣ ଭାବରେ ଠପ୍ ହେବା ସହିତ ଜନ ସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ଜଣା ପଡ଼ିଛି ।
Related Stories
November 22, 2024