କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଓଡିଶୀ ସଂଗୀତର ମହାନ ଗୁରୁ ପଣ୍ଡିତ ଡଃ କାଶୀନାଥ ପୂଜାପଣ୍ଡା ଙ୍କ ୧୪ ତମ ପୂଣ୍ୟ ତିଥି ଅବସରରେ ପଣ୍ଡିତ କାଶୀନାଥ ପୂଜାପଣ୍ଡା ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ୨ ଦିନିଆ ସଙ୍ଗୀତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇ ଯାଇଛି।ବଡଦାଣ୍ଡର ନନ୍ଦିଘୋଷ ହଲ ଗୁରୁ ଇଷ୍ଟଟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ସାହିତ୍ୟ ଓ ସଙ୍ଗୀତ ଇଶ୍ଵର ଙ୍କ ର ଦିବ୍ୟ ସୃଷ୍ଟି ବୋଲି କହିଥିଲେ।ଓଡିଶୀ ସଙ୍ଗୀତ କୁ ଆଗକୁ ନେବା କ୍ଷେତ୍ରରେ ପୁରୀ ର ବିଶିଷ୍ଟ ଗୁରୁ କାଶୀନାଥ ପୂଜାପଣ୍ଡା ଙ୍କ ଅବଦାନ ଅବିସ୍ମରଣୀୟ।ପାରମ୍ପାରିକ ଓଡିଶୀ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବା ତାଙ୍କ ସ୍ମୃତି ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ।ସ୍ମୃତି ସଂସଦର ଉପସଭାପତି ଶିବ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ଭିତର ସେବାୟତ ନିଯୋଗର ସଭାପତି ତଳଛୁ ନୀଳକଣ୍ଠ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳ ମୁମ୍ବାଇ ର ସମ୍ପାଦକ ଜାମିନି କାନ୍ତ ମିଶ୍ର,ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ସମାଜସେବୀ ଶୁଭାଶିଷ ଖୁଣ୍ଟିଆ, ଚକ୍ରଧର ମହାପାତ୍ର,ରମେଶ କୁମାର ସାହୁ, ଆବାହକ ହାଡିବନ୍ଧୁ ପୂଜାପଣ୍ଡା, ସମ୍ପାଦକ ସତ୍ୟ ନାରାୟଣ ଗୁରୁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ପୂଜାପଣ୍ଡା ଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ।ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ଉର୍ମିଳା ପ୍ରଧାନ ଓ କଳା କ୍ଷେତ୍ରରେ ଅବଦାନ ପାଇଁ ଅନ୍ୟ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Related Stories
November 24, 2024