-
ପ୍ରକଳ୍ପ ନିର୍ମାଣ କାର୍ଯ୍ୟର 50% ସମାପ୍ତ ହୋଇଛି
ଭୁବନେଶ୍ୱର, ପୂର୍ବ ତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଭଦ୍ରକ ଏବଂ କଟକ ରେଳ ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଅଛି | ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ 50% ରୁ ଅଧିକ ସମାପ୍ତ ହୋଇଛି |
ହରିଦାସପୁର ଏବଂ ବୈରୀ ମଧ୍ୟରେ 16.80 କିଲୋମିଟର ଦୈର୍ଘ୍ୟ ରେଳ ମାର୍ଗ ଯାହା ଜୁନ୍ 2023 ର ଶେଷ ସପ୍ତାହ ସୁଦ୍ଧା ଶେଷ ହେବାର ଥିଲା ତାହା ମଇ 2023 ର ପ୍ରଥମ ସପ୍ତାହ ପୂର୍ବରୁ ସମାପ୍ତ ହୋଇଛି |
ଏହି ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟକୁ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ନିରନ୍ତର ସମୀକ୍ଷା ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ସମ୍ବନ୍ଧରେ ତର୍ଜମା କରିବା ଦ୍ୱାରା ସମ୍ଭବ ହୋଇଛି | ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡିକ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦେବାକୁ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି | ଏହି ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରଙ୍କ ସଂସ୍ଥା ସମେତ ସହଭାଗୀ ମାନଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି |
ଓଡିଶାରେ ଚାଲୁରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ଭାବେ ନଜର ରଖିଛନ୍ତି | ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ କାର୍ଯ୍ୟ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଅସୁବିଧାଜନକ ଟ୍ରେନ୍ ଚଳାଚଳକୁ ଏଡାଇ ଦେଇ ପାରିବ |
ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ (92.19 କିମି) ପ୍ରକଳ୍ପ 2012-13 ରେ ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ଅକ୍ଟୋବର 2015 ରେ ଅନ୍ତିମ ମଞ୍ଜୁରୀ ଦିଆଯାଇଥିଲା | ଜଖପୁରା ଏବଂ ହରିଦାସପୁର ମଧ୍ୟରେ 23.53କିମି ରେଳ ମାର୍ଗ ଏପ୍ରିଲ 2016 ରେ , କପିଳାସ ରୋଡ୍ ଠାରୁ ଶାଳଗାଁ ପର୍ଯ୍ୟନ୍ତ 4.30 କିମି ରେଳ ମାର୍ଗ ମଇ 2019 ରେ ଏବଂ କପିଳାସ ରୋଡ୍ ଠାରୁ ନିର୍ଗୁଣ୍ଡି ପର୍ଯ୍ୟନ୍ତ 4.20 କିମି ରେଳ ମାର୍ଗ ଅକ୍ଟୋବର 2022 ରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହୋଇଛି |
ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ମାର୍ଗ ବଳକା 83.69 କିମି କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ 2023-24 | ପ୍ରକଳ୍ପର ସର୍ବଶେଷ ଆନୁମାନିକ ମୂଲ୍ୟ ବର୍ତମାନ 1284.39 କୋଟି ଥିବାବେଳେ ଏବେ ସୁଦ୍ଧା 648.68 କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି | ପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ ପାଇଁ ଭୌତିକ ପ୍ରଗତି ହେଉଛି ପ୍ରାୟ 54% ଏବଂ ଖର୍ଚ୍ଚ ପ୍ରାୟ 50.5% |