
-
ନୂଆ ଭାରତର ଇତିହାସରେ ଆଜିର ଦିନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ- ଧର୍ମେନ୍ଦ୍ର ପ୍ରଧାନ
-
ସଂସଦ ଭବନର ଉଦଘାଟନ ସମାରୋହରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
-
ଦେଶବାସୀଙ୍କୁ ନବନିର୍ମିତ ସଂସଦ ଭବନ ଲୋକାର୍ପଣ ପାଇଁ ଶୁଭେଚ୍ଛା ଜଣାଇଲେ
-
ଲୋକତନ୍ତ୍ରର ଏହି ମନ୍ଦିର ଆମର ସଂସ୍କୃତି, ସାମର୍ଥ୍ୟ ଓ ସଂକଳ୍ପ ଶକ୍ତିର ପ୍ରତୀକ
-
ଆମ ସମସ୍ତଙ୍କୁ କର୍ତ୍ତବ୍ୟ ପଥରେ ଚାଲିବା, ଜନ ଭାଗିଦାରୀ ସହିତ ଦେଶକୁ ନୂଆ ଉଚ୍ଚତାକୁ ନେଇ ଯିବା ପାଇଁ ପ୍ରେରିତ କରୁଥିବ
ଭୁବନେଶ୍ୱର/ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ନୂତନ ପବିତ୍ର ସଂସଦ ଭବନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ବେଳେ ଆଜିର ଦିନ ନୂଆ ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସଂସଦ ଭବନର ଉଦଘାଟନ ସମାରୋହରେ ସାମିଲ ହେବା ସହ ଏଥିପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ସମର୍ପଣ କରାଯାଇଥିବା ନୂଆ ସଂସଦ ଭବନ ସମସ୍ତଙ୍କୁ ଗୌରବାନ୍ୱିତ କରୁଥିବା ଭଳି ସମୟ । ଆମର ସଂସ୍କୃତି, ସାମର୍ଥ୍ୟ ଓ ସଂକଳ୍ପ ଶକ୍ତିର ପ୍ରତୀକ ଲୋକତନ୍ତ୍ରର ଏହି ମନ୍ଦିର ଆମ ସମସ୍ତଙ୍କୁ କର୍ତ୍ତବ୍ୟ ପଥରେ ଚାଲିବା, ଜନ ଭାଗିଦାରୀ ସହିତ ଦେଶକୁ ନୂଆ ଉଚ୍ଚତାକୁ ନେବା ପାଇଁ ପ୍ରେରିତ କରୁଥିବ ।