
ନୂଆଦିଲ୍ଲୀ, ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଠାରୁ ତିନି ଦିନିଆ ନାଇଜେରିଆ ଗସ୍ତରେ ଯିବେ ଓ ୩୦ ମଇରେ ପ୍ରତ୍ୟାବର୍ତନ କରିବେ । ସେ ୨୯ ମଇ ତାରିଖ ଦିନ ସେଠାକାର ନବ ନିର୍ବାଚିତ ରାଷ୍ଟ୍ରପତି ବୋଲା ଅହମଦ ଟିନବୁଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ । ଏହା ପୂର୍ବରୁ ୨୮ ମଇରେ ବର୍ତମାନର ରାଷ୍ଟ୍ରପତି ମୁହମ୍ମୁଦୁ ବୁହାରୀଙ୍କ ସହ ଆଲୋଚନା କରିବା ସହ ଏକ ସ୍ୱାଗତ ସମାରୋହରେ ସାମିଲ ହେବେ । କୌଣସି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କର ଏହା ପ୍ରଥମ ନାଇଜେରିଆ ଗସ୍ତ ।