ବଲାଙ୍ଗିର, ରବିବାର କଦମପଡାସ୍ଥିତ ସରସ୍ବତୀ ଶିଶୁବିଦ୍ୟାଜ୍ଞାନ ମନ୍ଦିରରେ ପ୍ରତିଭା ସମ୍ମାନ ସମାରୋହ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟବକ୍ତା ରୂପେ ବିଦ୍ୟାଳୟର ସଂପାଦକ ସୁରେନ୍ଦ୍ର ତ୍ରିପାଠୀ ଯୋଗଦେଇ ଦଶମ ଶ୍ରେଣୀର ବିଜେତା ଶିଶୁ ଭାଇଭଉଣୀ(ଏ-୧)ଙ୍କୁ ସମ୍ବର୍ଧ୍ଧନା ଦେଇଥିଲେ ତଥା ଉଦବୋଧନ ଦେଇ ସେମାନଙ୍କର ଉଚ୍ଚ ଭବିଷ୍ୟତ ପାଇଁ ଶୁଭ ମନାସୀ ଥିଲେ । ପ୍ରଧାନାଚାର୍ଯ୍ୟ ସୁବ୍ରତ ବେହେରା ନିଜ ବକ୍ତବ୍ୟରେ କହିଥିଲେ ଯେ, ସଫଳତା କଠିନ ପରିଶ୍ରମରେ ହିଁ ମିଳିଥାଏ । ବିଜେତା ଶିଶୁ ସୁଭେନ୍ଦୁ ବଗର୍ତ୍ତୀଙ୍କ ପିତା ତଥା ଛାତ୍ର ଆସମାନ ବଗର୍ତ୍ତୀଙ୍କ ପିତା ଛବିଳ ବଗର୍ତ୍ତୀ ନିଜ ଶିଶୁର ସଫଳତା ପଛର କାରଣ ଯତ୍ କିଞ୍ଚିତ ଉପସ୍ଥାପନା କରିଥିଲେ । ଶେଷରେ ବିଦ୍ୟାମନ୍ଦିର ବିଭାଗର ପ୍ରମୁଖ ଗୁରୁଜୀ ସାଧୁରାମ ନାଏକ ସମସ୍ତ ଶିଶୁ ଛାତ୍ରଛାତ୍ରୀଙ୍କ ଶୁଭକାମନା କରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଉପସଭାପତି ବୀରେନ୍ଦ୍ର ଧରୁଆ, କୋଷାଧ୍ୟକ୍ଷ ସତ୍ୟାନନ୍ଦ ଷଡଙ୍ଗୀ ତଥା ସଦସ୍ୟା ଭଗବତୀ ସେଠ ମଞ୍ଚାସୀନ ଥିଲେ ।