କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ସେନଗୋଲ ଭାରତୀୟ ରାଜନୀତି ଇତିହାସରେ ଏକ ବିଶେଷ ସ୍ଥାନ ଅଧିକାର କରେ l ପାଞ୍ଚ ଫୁଟ ଲମ୍ବ ଏବଂ ଦୁଇ ଇଞ୍ଚ ପ୍ରସ୍ଥର ସୁନା ଲେପ ଦିଆ ରାଜଦଣ୍ଡ ପ୍ରଥମେ 1947 ମସିହାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ତାମିଲନାଡୁ ତାଂଜାଭୁରର ଦୁଇଜଣ ସନ୍ୟାସୀ ପ୍ରଦାନ କରିଥିଲେ l ରାଜଦଣ୍ଡ କୁ ତାମିଲରେ ସେନଗୋଲ କୁହାଯାଏ ଯାହାକି ଚୋଳ ସାମ୍ରାଜ୍ୟରୁ ଆରମ୍ଭ ହୋଇଥିଲା l ସେନଗୋଲକୁ ଶକ୍ତିର ପ୍ରତୀକ ବୋଲି କୁହାଯାଏ l 1947 ମସିହାରେ ନୂଆ ପାର୍ଲିଆମେଣ୍ଟରେ ପ୍ରଥମେ ସେନଗୋଲର ସ୍ଥାପନା କରାଯାଇଥିଲା l
28 ମେ ଭାରତ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ତତ୍ତ୍ୱବଧାନରେ ନୂଆ ଏକ ପାର୍ଲିଆମେଣ୍ଟ ଉଦଘାଟନ ହେବାକୁ ଯାଉଅଛି l ସେଠାରେ ପୁଣି ଥରେ ଏହି ସେନଗୋଲର ସ୍ଥାପନା ହେବାକୁ ଯାଉଅଛି l
ଏହି ଅବସରରେ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ଇଅର ବଡ଼, ମାଟି ଏବଂ ମେଟାଲିକ ରଙ୍ଗରେ ପାଞ୍ଚ ସେମି ଲମ୍ବ ଏବଂ 2 ସେମି ପ୍ରସ୍ଥର ଏକ ସେନଗୋଲ ଭାରତୀୟ ଗଣତନ୍ତ୍ରକୁ ସମ୍ମାନ ଜଣାଇ ପ୍ରସ୍ତୁତ କରିଛନ୍ତି l
Related Stories
November 24, 2024