
ସ୍ଥାନୀୟ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ନିକଟସ୍ଥ ଶ୍ରୀ ମହାଭୈରବ ମନ୍ଦିର ପ୍ରାଙ୍ଗଣରେ ଗୁରୁ ସ୍ବର୍ଗତ ରାଜକିଶୋର ମିଶ୍ରଙ୍କ ଦ୍ବାରା ସ୍ଥାପିତ ପ୍ରମୁଖ ସଙ୍ଗୀତ ଅନୁଷ୍ଠାନ “ରାଜୁ ସାରଙ୍କ ସଙ୍ଗୀତ ଶିକ୍ଷା କେନ୍ଦ୍ର” ଦୀର୍ଘ ଦିନ ଧରି ଚାଲିଆସୁଅଛି । ଗୁରୁ ଙ୍କ ଦେହାନ୍ତ ପରେ ସମାଜସେବୀ ଶ୍ରୀମତୀ ବାସନ୍ତୀ ବିଶ୍ବାଳ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠାନରେ ଗୀତ, ତବଲା ଏବଂ ନୃତ୍ୟ ଶିକ୍ଷା ଦିଆଯାଉଅଛି।ଶୁକ୍ରବାର ତା:୨୬,୦୫,୨୦୨୩ ରେ ଏହି ଅନୁଷ୍ଠାନରେ ଦୁଇଦିନିଆ ତବଲା ପ୍ରଶିକ୍ଷଣ କର୍ମଶାଳା ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡଙ୍ଗୀ, ମାନ୍ୟବର ବିଧାୟକ,ପୁରୀ ଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି । ତବଲା ଗୁରୁ ଶ୍ରୀ ଶାରଦା ପ୍ରସନ୍ନ ମିଶ୍ରଙ୍କ ଉଦ୍ୟମରେ ଆୟୋଜିତ ଏହି କର୍ମଶାଳା ଚଳିତ ମଇ ମାସ ୨୬ ଏବଂ ୨୭ ତାରିଖ ଦୁଇଦିନ ଧରି ଚାଲିବ। ଦେଶ ଓ ବିଦେଶରେ ନିଜର କଳା ପ୍ରଦର୍ଶନ କରି ପ୍ରସିଦ୍ଧି ଲାଭ କରିଥିବା କଲିକତା ର ସୁନାମଧନ୍ୟ ତବଲା ବାଦକ ତଥା ଗୁରୁ ଶ୍ରୀ ଅବିର ମୁଖାର୍ଜୀ ଏହି କାର୍ଯକ୍ରମରେ ମୁଖ୍ୟ ପୁରୋଧା ଭାବରେ ଯୋଗ ଦେଇଛନ୍ତି। ଶତାଧୂକ ଛାତ୍ର ଛାତ୍ରୀ ଏହି କାର୍ଯକ୍ରମ ମାଧ୍ୟମରେ ଗୁରୁ ଶ୍ରୀ ମୁଖାର୍ଜୀଙ୍କ ଠାରୁ ପ୍ରତ୍ୟକ୍ଷ ଭାବେ ତବଲା ଶିକ୍ଷା ଲାଭ କରିବାର ସୁଯୋଗ ପାଇବେ। ଉକ୍ତ କାର୍ଯକ୍ରମରେ କଲିକତାର ବିଶିଷ୍ଟ ଗିଟାର ବାଦକ ଶ୍ରୀ ଶଙ୍ଖ ଚକ୍ରବର୍ତୀ ମଧ୍ୟ ଯୋଗ ଦେଇଛନ୍ତି। ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯକ୍ରମର ଆୟୋଜନ କରାଯାଇଛି।
ଉକ୍ତ ଉଦ୍ଘାଟନ ସଭାରେ ଗୁରୁ ରାଜକିଶୋର ମିଶ୍ରଙ୍କ ଧର୍ମପତ୍ନୀ ସୁଷମା ମିଶ୍ର, ପୁତ୍ର ରଞ୍ଜନ ମିଶ୍ର (କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦେଶକ), ପୁତ୍ରବଧୂ ଅଞ୍ଜଳି ମିଶ୍ର (ପ୍ରଚ୍ଛଦପଟ୍ଟ ଗାୟିକା), ନାତି ମହ୍ମାର ମିଶ୍ର, ଗୁରୁ ଶ୍ରୀ ଶାରଦା ପ୍ରସନ୍ନ ମିଶ୍ର, ଶ୍ରୀ ଶଙ୍କର ବେହେରା (ବରିଷ୍ଠ ସାମ୍ବାଦିକ ତଥା ତବଲା ବାଦକ), ଶ୍ରୀ ସତ୍ୟନାରାୟଣ ଗୁରୁ(ବିଶିଷ୍ଟ ସମାଜସେବୀ ତଥା ସିତାର ବାଦକ),ଗୁରୁ ଶ୍ରୀ ବିଚିତ୍ରାନନ୍ଦ ମହାପାତ୍ର, ଗୁରୁମା ସଂଯୁକ୍ତା ଦାସ, ଶ୍ରୀ ପବିତ୍ର ମଣ୍ଡଳ, ଶ୍ରୀ ଅଜୟ ମହାନ୍ତି, ଜଗନ, ସଞ୍ଜୟ, ପ୍ରଶାନ୍ତ, ମନୋଜ, ନୃସିଂହ, ଅଶ୍ବିନୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ
କାର୍ଯକ୍ରମରେ ସହଯୋଗିତା କରିଥିଲେ | ଉଦଘୋଷକ ଶ୍ରୀ ଗଣେଶ ମହାପାତ୍ର କାର୍ଯକ୍ରମକୁ ପରିଚାଳନା କରିଥିଲେ ।