
ବଲାଣି,ବଲାଣି ଲୌହ ଖଣି ଅଞ୍ଚଳର ସର୍ବପୁରାତନ ବିଦ୍ୟାଳୟ ଡି.ଏ.ଭି ବଲାଣି ସ୍କୁଲର ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ସୁବାଷ ଚନ୍ଦ୍ର ନାୟକଙ୍କ ବୃକକ୍ ଜନିତ ରୋଗରେ ଶୁକ୍ରବାର ବିଳମ୍ବିତ ରାତିରେ ଗ୍ବାହାଟୀ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୭୮ ବର୍ଷ ବୟସରେ ମୃତ୍ୟୁ ଘଟିଛି । ସେ ୧୯୭୨ ଠାରୁ ୨୦୦୫ ପର୍ଯ୍ୟନ୍ତ ଦୀର୍ଘ ୩୩ ବର୍ଷ ଧରି ଉକ୍ତ ବିଦ୍ୟାଳୟରେ ଜଣେ ବରିଷ୍ଠ ଶିକ୍ଷକ ଭାବେ ଶିକ୍ଷାଦାନ କରିଆସିଥିଲେ । ସେ ଜଣେ ମିଷ୍ଟଭାଷୀ,ସ୍ନେହୀ, କଳାପ୍ରିୟ ସହିତ ଜଣେ ଉତ୍ତମ ଶିକ୍ଷକର ବ୍ୟକ୍ତିତ୍ତ୍ୱ ଥିଲେ । ତାଙ୍କର ମୃତ୍ୟୁର ଖବର ପ୍ରଚାର ହେବା ପରେ ବିଦ୍ୟାଳୟର ପୁରାତନ ଛାତ୍ର, ସହକର୍ମୀ ଓ ଖଣି କର୍ମଚାରୀ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ତାଙ୍କର ମର ଶରୀରକୁ ଗ୍ବାହାଟୀ ରୁ ତାଙ୍କର ପୈତୃକ ଗ୍ରାମ ଝାଡ଼ଖଣ୍ଡ ସ୍ଥିତ ଗୁହିୟାପାଳ କୁ ଅଣାଯାଇ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କର ପରିବାର ବର୍ଗ ସୂଚନା ଦେଇଛନ୍ତି ।