
ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଶିକ୍ଷାବର୍ଷ ୨୦୨୨-୨୩ ମାଟ୍ରିକ ପରୀକ୍ଷାରେ ସ୍ଥାନୀୟ ଘୋଡା ବଜାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ମଧୁବନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ହରଚଣ୍ଡୀ ସାହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ପୁରୀର ଛାତ୍ରଛାତ୍ରୀ ମାନେ ଶତପ୍ରତିସତ ସଫଳତା ହାସଲ କରିଛନ୍ତି। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ,ଘୋଡ଼ା ବଜାର ,ପୁରୀର ଛାତ୍ରୀ ସୁଶ୍ରୀ ସୁଚିଶ୍ମିତା ମୁଦୁଲି ପୁରୀ ପୌରପାଳିକରେ ସର୍ବାଧୂକ-574 ନଂ (95.66%)ରଖି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି। ଏହି ପରିପ୍ରେକ୍ଷୀରେ ପୁରୀ ସରସ୍ବତୀ ବିଦ୍ୟା ମନ୍ଦିର ଓ +୨ ବିଜ୍ଞାନ ଜ୍ଞାନ ମନ୍ଦିର ପକ୍ଷରୁ ବିଦ୍ୟାଳୟ ପରିସରରେ ମେଧାବୀ ଅଭିନନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ
ଅରବିନ୍ଦ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୁରୀ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଢଙ୍ଗୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଅପୂର୍ବ ସଫଳତା ପାଇଁ ଅଭିନନ୍ଦନ
ଦେବା ସହିତ ମେଡାଲ ପ୍ରଦାନ କରି ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଶିକ୍ଷା ବିକାଶ ସମିତି, ଓଡିଶା ର ପୁରୀ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମହାନ୍ତି, +୨ ବିଜ୍ଞାନ ଜ୍ଞାନ ମନ୍ଦିରର ଅଧ୍ୟକ୍ଷା ସୁଶ୍ରୀ ରଙ୍ଗଲତା ସାହୁ ,ଘୋଡାବଜାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା ସମିତିର ସଭାପତି
ଶ୍ରୀଯୁକ୍ତ ଅଭିମନ୍ୟୁ ଭୂୟାଁ ଓ ଉପସଭାପତି ଶ୍ରୀଯୁକ୍ତ ସ୍ଵାଧୀନ କୁମାର ପ୍ରଧାନ ,ସଦସ୍ୟା ସୁଶ୍ରୀ ରୂପାଲି ଅପରାଜିତା ମହାନ୍ତି ଓ ମଧୁବନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁରେଶ ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କୁ ଶୁଭାଶିଷ ପ୍ରଦାନ ପୂର୍ବକ ଉଜ୍ଜଳ ଭବିଷ୍ୟତ ନିର୍ମାଣ ଦିଗରେ ପରାମର୍ଶ
ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ବଡ ଗୁରୁଜୀ ଅରବିନ୍ଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ବରିଷ୍ଠ ଆଚାର୍ଯ୍ୟ ଧନେଶ୍ଵର ସୁନ୍ଦରାୟ ଧନ୍ୟବାଦ ଅର୍ପଣ କରିଥିଲେ ।