
ଶୁକ୍ରବାର ଦିନ ଏଗାରଟା ସମୟରେ ଅଠରନଳା ସ୍ଥିତ ସାଇ ମଣ୍ଡପ ଠାରେ ପୁରୀ ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଦ୍ୱାରା ଏଚଡିଏଫସି ବ୍ୟାଙ୍କ ର ଶୁଭ ଉଦଘାଟନ କରାଯାଇଛି l ଏହି ଉର୍ତ୍ସବ ରେ ରଞ୍ଜନ କୁମାରଙ୍କ ସହିତ ଚେତନ ଦାସ, ବାସୁଦେବ ବେହେରା, ପ୍ରଭାସ ଚନ୍ଦ୍ର ଦାସ, ସୂର୍ଯ୍ୟନାରାୟଣ ରଥଶର୍ମା, ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ସୁଭାଶିଷ ଖୁଣ୍ଟିଆ, ମାଧବ ପୂଜାପଣ୍ଡା, ଉତ୍ତର ପାର୍ଶ୍ଵ ମଠ ମହନ୍ତ ମହନ୍ତଶ୍ରୀ ରାମାନୁଜ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି ନୂତନ ବ୍ୟାଙ୍କ ର ଶୁଭ ଉଦଘାଟନ କରିଥିଲେ l ଏହି ବ୍ୟାଙ୍କ ଓଡ଼ିଶାରେ 208 ତମ ଏଚଡିଏଫସି ବ୍ୟାଙ୍କ ହୋଇଥିବା ବେଳେ ପୁରୀ ଜିଲ୍ଲା ର ପଞ୍ଚମ ବ୍ୟାଙ୍କ ଏବଂ ପୁରୀ ସହରରେ ତିନି ନମ୍ବର ବ୍ୟାଙ୍କ ଅଟେ l ଏହା ପୁରୀ ସଦର ଲୋକଙ୍କ ପାଇଁ ମୁଖ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି l