
କେନ୍ଦ୍ରାପଡ଼ା- ପର୍ଯ୍ୟଟନ ମାନଚିତ୍ରରେ କେନ୍ଦ୍ରାପଡାକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ଭିତରକନିକା ଓ ଗହୀରମଥା ପ୍ରାକୃତିକ ଅଂଚଳର ବିକାଶ ତଥା ବିଶ୍ୱ ଏ÷÷୍ୟତିହ୍ୟ ମାନ୍ୟତାରେ ସ୍ଥାନ ପାଇବା ପାଇଁ ଆନ୍ତରୀକ ଉଦ୍ୟମ କରାଯାଉ ଏ ନେଇ ଗହୀରମଥା ସାମୁଦ୍ରିକ କଇଁଛ ସଂରକ୍ଷଣ ଓ ହେନ୍ତାଳବଣ ସୁରକ୍ଷା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ତଥା ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ପ୍ରାକୃତିକ ସଂପଦର ଗନ୍ତାଘର ଭିତରକନିକାକୁ ବିଶ୍ୱ ଏ÷÷୍ୟତିହ୍ୟ ମାନ୍ୟତାରେ ସ୍ଥାନ ଦେବାପାଇଁ ଆନ୍ତରିକ ଉଦ୍ୟମ କରାଯାଉ । ଏ ନେଇ ଗହୀରମଥା, ସାମୁଦ୍ରିକ କଇଁଛ ସଂରକ୍ଷଣ ଓ ହେନ୍ତାଳବଣ ସୁରକ୍ଷା ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଧଶ୍ୟରେ ଲିଖିତ ଏକ ଦାବିପତ୍ର ଶୁକ୍ରବାର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସୁରକ୍ଷା ସମିତିର ଦାବୀ ଅନୁଯାୟୀ ୨୦୨୦ ଜାନୁଆରୀ ୧୫ ତାରିଖରେ ଭିତରକନିକା ମହୋତ୍ସବ ପାଳନ ପାଇଁ ଉଦ୍ୟମ କରାଯାଉଛି । ଏହି ଅଂଚଳର ଏ÷÷୍ୟତିହ୍ୟ, ପରମ୍ପରା, ଏ÷÷୍ୟତିହାସିକ ଲୁକ୍କାୟିତ ତଥ୍ୟ ଗୁଡିକୁ ଲୋକଲୋଚନକୁ ଆଣିବା ପାଇଁ ଏହା ଏକ ସଫଳ ଉଦ୍ୟମ କରାଯାଉଥିବାବେଳେ ଭିତରକନିକା ଅଭୟାରଣ୍ୟ ଅଂଚଳର ବାସ୍ତବ ସତ୍ୟ ଘଟଣା ଲୋକଲୋଚନରୁ ଲୁଚେଇ ରଖାଯାଇଛି । ଚିଲିକା ଓ ଭିତରକନିକା ପ୍ରଭୃତି ଅଭୟାରଣ୍ୟ ଗୁଡିକର ସୁରକ୍ଷା ପାଇଁ ଆନ୍ତରୀକ ଉଦ୍ୟମ କରାନଯାଇ ଲୋକ ଦେଖାଣିଆ କାର୍ଯ୍ୟ କରାଯାଉଥିବାରୁ ଏହାର ପ୍ରକୃତ ସତ୍ୟ ଓ ତଥ୍ୟ ଜଣାପଡୁନାହିଁ । ରାଜ୍ୟ ସରକାର ଚିଲିକା ଓ ଭିତରକନିକାର ସମୁଦ୍ର କୂଳ ଅଂଚଳରେ ଥିବା ଚିଙ୍ଗୁଡିଘେରୀ ଗୁଡିକୁ ଭଙ୍ଗାଯାଇଥିବା ତଥ୍ୟ ଦେଉଥିବାବେଳେ ପ୍ରକୃତରେ ପ୍ରାୟ ୫୦/୬୦ ଟି ଘେରିକୁ ଭିତରକନିକା ଅଂଚଳରେ ଭଙ୍ଗାଯାଇଛି । ଏହି ଅଂଚଳରେ ୬୮୨୩ଟି ଚିଙ୍ଗୁଡିଘେରୀ କରାଯାଇ ଆଧୁନିକ ପ୍ରଣାଳୀରେ ଚାଷ କରାଯାଉଥିବାରୁ ପରିବେଶ ଉପରେ ଏହା ଗଭୀର ପ୍ରଭାବ ପକାଇଛି । ଚିଙ୍ଗୁଡିଘେରୀରେ ବ୍ୟବହାର କରାଯାଉଥିବା ରାସାୟନିକ ସାର ଓ କୀଟନାଶକ ଓ୍ୟ÷ଷଧ ବହୁଳ ପ୍ରୟୋଗ ହେତୁ ସଂପୃକ୍ତ ଅଂଚଳର ସାମୁଦ୍ରିକ ଜଳରାଶୀ ବିଶାକ୍ତ ହେବାସହ ପ୍ରାକୃତିକ ଖାଦ୍ୟ ଅଭାବରୁ ଦେଶର ଅନ୍ୟ ଅଂଚଳରୁ ଓ ବିଦେଶରୁ ପକ୍ଷୀମାନେ ପ୍ରଜନନ ସମୟରେ ଏଠାକୁ ଆସୁନାହାଁନ୍ତି । ପୃଥିବୀ ପ୍ରସିଦ୍ଧ ବଗ ଗହଣରେ ଲକ୍ଷ ଲକ୍ଷ ସଂଖ୍ୟାର ପକ୍ଷୀ ପ୍ରତିବର୍ଷ ଆସୁଥିବାବେଳେ କିଛି ବର୍ଷ ହେବ ସେମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇ ଚାଲିଛି । ଏହାସହ ନଳିତାପାଟିଆ ଠାରୁ ତାଳଚୁଆ ଓ ତାଳଚୁଆଠାରୁ ପ୍ରଭାତୀ ଡାଙ୍ଗମାଳ ଓ ପାଳୀ ଭଜଢିହା ଜାତୀୟ ଉଦ୍ୟାନ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ମାଛ ଧରା ଟ୍ରଲର ଗୁଡିକ ଦୈନିକ ମାଛ ଧରୁଥିବାରୁ ଭିତର କନିକାର ପ୍ରାକୃତିକ ସୈାନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଛି । ଚିଙ୍ଗୁଡିଘେରୀ ଓ ଅସଂଖ୍ୟ ମାଛଧରା ଟ୍ରଲର ଗୁଡିକ ଯାତାୟତ ଫଳରେ ଏହାର ପ୍ରଭାବ ସ୍ଥାନୀୟ ଜୀବ ଜଗତ ଉପରେ ପଡିବା ସହ ଅମୁଲ୍ୟ ପ୍ରାକୃତିକ ସଂପଦ ଦ୍ରୁତ ଗତିରେ ନଷ୍ଟ ହେବାରେ ଲାଗିଛି । ଯେଉଁଥିପାଇଁ ବିଶ୍ୱ ଏ÷÷୍ୟତିହ୍ୟ ମାନ୍ୟତା ପ୍ରଦାନ ସମ୍ବନ୍ଧୀୟ ସର୍ଭେ କରିବାକୁ ଆସିଥିବା ଆନ୍ତର୍ଜାତୀକ ସଂସ୍ଥାର ସଦସ୍ୟମାନେ ଏହାକୁ ଏ÷÷୍ୟତିହ୍ୟ ମାନ୍ୟତା ଦେବାପାଇଁ ମନା କରିଦେଇଥିଲେ । ଏଭଳି ସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ କ ଏହି ଅଂଚଳର ଓ ରାଜ୍ୟର ଗୈାରବ ବଢାଇବା ପାଇଁ ପ୍ରତ୍ୟେକ୍ଷ ଭାବେ ଦୃଷ୍ଟି ଦେବାକୁ ସୁରକ୍ଷା ସମିତିର ସଭାପତି ସତ୍ୟପ୍ରକାଶ ମହାନ୍ତି, ସଂପାଦକ ହେମନ୍ତ କୁମାର ରାଉତ, ପ୍ରଭା ପ୍ରସାଦ ମହାପାତ୍ର, ରାଜେଶ ବିଶ୍ୱାଳ, ଅଶୋକ କୁମାର ସ୍ୱାଇଁ, ଗୟାଧର ଧଳ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଲିଖିତ ଦାବିପତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରିଛନ୍ତି ।