
-
ଉଦଘାଟନ ସମାରୋହରେ ଏହି ମୁଦ୍ରାକୁ ଜାରୀ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନ ଉଦଘାଟନ ସମାରୋହ ଅବସରରେ 75 ଟଙ୍କିଆ ମୁଦ୍ରା ଜାରୀ କରିବେ । ଏହି କଏନର ଗୋଟିଏ ପଟେ ଅଶୋକ ସ୍ତମ୍ଭର ସିଂହ ଶୀର୍ଷରେ ରହିବବ ଓ ଏହାର ତଳେ ସତ୍ୟମେବ ଜୟତେ ଲେଖା ଯାଇଥିବ । ଅନ୍ୟ ପକ୍ଷରେ ବାମ ଆଡକୁ ଦେବନାଗରୀ ଲିପିରେ ଭାରତ ଓ ଡାହାଣ ପଟକୁ ଇଂରାଜୀରେ ଇଣ୍ଡିଆ ଶବ୍ଦ ଲେଖା ରହିବ ।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉଦଘାଟମ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି 75 ଟଙ୍କା ବିଶିଷ୍ଟ ସ୍ୱତନ୍ତ୍ର କଏନକୁ ଜାରୀ କରିବାକୁ ଥିବା ବେଳେ ଏହି ମୁଦ୍ରାର ଓଜନ 35 ଗ୍ରାମ ରହିବ ।
ଏଥିରେ 50 ପ୍ରତିଶତ ରୂପା, 40 ପ୍ରତିଶତ କପର ଓ 5-5 ପ୍ରତିଶତ ନିକେଲ ଓ ଜିଙ୍କ ଧାତୁର ମିଶ୍ରଣ ରହିବ ।
ମିଳିଥିବା ସୂଚନା ଅନୁସାରେ ଏହି କଏନରେ ଟଙ୍କାର ଚିହ୍ନ ମଧ୍ୟ ରହିବ ଓ ଲାୟନ କ୍ୟାପିଟାଲ ତଳେ ଆନ୍ତର୍ଜାତିକ ଫିଗରରେ 75 ମୂଲ୍ୟ ବର୍ଗ ଲେଖା ରହିବ । ଏହି ମୁଦ୍ରାର ଅନ୍ୟ ବିଶେଷତ୍ୱ ହେଲା ସଂସଦ ପରିସରରେ ଏକ ଚିତ୍ରକୁ ମଧ୍ୟ ଦର୍ଶାଇବ । ଏହାର ଉପର ପରିଧିରେ ଦେବନାଗରୀ ଲିପିରେ ସଂସଦ ସଂକୁଳ ଓ ତଳ ପରିଧିରେ ଇଂରାଜୀରେ ପାର୍ଲିଆମେଂଟ କଂପ୍ଲେକ୍ସ ଶବ୍ଦ ଲେଖା ଯିବ ।
ଏହା ବ୍ୟତୀତ ଏହି କଏନକେ ସଂସଦ ଚିତ୍ରର ଠିକ ତଳେ 2023 ବର୍ଷ ଲେଖା ଯିବ । ଏହି କଏନକୁ ଭାରତ ସରକାରଙ୍କ କୋଲକାତା ଟକସାଲ ପକ୍ଷରୁ ତିଆରି କରାଯାଇଛି ।