ଜୟପୁର, ଜିଲ୍ଲା ଦୌରାଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ସତ୍ୟ ନାରାୟଣ ମିଶ୍ରଙ୍କ ତତ୍ଵାବଧାନରେ ସାରା ଜିଲ୍ଲାରେ ଭିନ୍ନକ୍ଷମଙ୍କ ପାଇଁ ଏକ ସ୍ଵତନ୍ତ୍ର ଅଭିଯାନ ଚଳିତ ମାସ ୨୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଭିନ୍ନକ୍ଷମମାନଙ୍କ ସର୍ଭେ କାର୍ଯ୍ୟକ୍ରମ ହେଉଅଛି । ଏହି ସର୍ଭେ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ସହିତ ସାତ ଗୋଟି ତାଲୁକ ଲିଗାଲ ସେବା କମିଟି ଯଥା : କୋରାପୁଟ, ଦଶମନ୍ତପୁର, ସେମିଲିଗୁଡା, କୋଟପାଡ, ବୋରିଗୁମ୍ମା, ଲମତାପୁଟ, ଲକ୍ଷ୍ମୀପୁରର ପାରା ଲିଗାଲ ସ୍ବେଛାସେବୀ ମାନେ ଏହି ଅଭିଯାନରେ ଅଂଶଗ୍ରହଣ କରି ୨୧ ପ୍ରକାର ଭିନ୍ନକ୍ଷମ ଲୋକଙ୍କୁ ବିଭିନ୍ନ ଆଇନଗତ ସହାୟତା ପ୍ରଦାନ କରୁଛନ୍ତି । ସେହିପରି ବହୁଦିନ ହେଲା ଏହି ଭିନ୍ନକ୍ଷମମାନଙ୍କୁ ସାମଗ୍ରୀ ପ୍ରଦାନ କରାଯାଇନଥିଲା, କିନ୍ତୁ ସଚିବ ସୁମନ ଜେନା ହସ୍ତକ୍ଷେପ ପରେ ଆଜି ମହାଦେଇପୁଟ ଠାରେ ଭିନ୍ନକ୍ଷମମାନଙ୍କ ପାଖକୁ ଯାଇ ହୁଇଲ ଚେୟାର, ବ୍ଳାଇଣ୍ଡ ସ୍ଟିକ, ହିୟରିଂ ମେଶିନ ଆଦି ବଣ୍ଟନ କରିଥିଲେ । ଏହି ଅଭିଯାନରେ ଜିଲ୍ଲା ପ୍ରଶାସନ ସପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି ।
Related Stories
November 22, 2024