ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାରେ ଫର୍ଟିଫାଏଡ ଚାଉଳ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏହି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥରେ ନିୟୋଜିତ କର୍ମଚାରୀ ମାନେ ବିଭିନ୍ନ ବ୍ଲକ ଅଞ୍ଚଳକୁ ଯାଇ ଫର୍ଟିଫାଏଡ ଚାଉଳ ସମ୍ପର୍କରେ ଖାଉଟି ମାନଙ୍କୁ ସଚେତନ କରିବେ । ଚାଉଳକୁ କିପରି ଫର୍ଟିଫାଏଡ କରାଯାଏ, ଫର୍ଟିଫାଏଡ ଚାଉଳ ଖାଇବାର ଉପାଦେୟତା, ଫର୍ଟିଫାଏଡ ଚାଉଳ କିପରି ରନ୍ଧନ କରାଯାଏ, ଫର୍ଟିଫାଏଡ ଚାଉଳ କେଉଁଠି ମିଳେ, ଫର୍ଟିଫାଏଡ ଚାଉଳ ସମ୍ବନ୍ଧରେ କିଛି ଭ୍ରାନ୍ତି ଏବଂ ତଥ୍ୟ ଇତ୍ୟାଦି ସମ୍ପର୍କରେ ସେମାନେ ସଚେତନ କରିବେ ।
ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବଲାଙ୍ଗିର ଉପ ଜିଲ୍ଲାପାଳ କୁମାର ନାଗଭୂଷଣ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁଙ୍କ ସମେତ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।