
ଗଞ୍ଜାମ,ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ପରିସରରେ ଏକ ଗୁଣିଗାରେଡ଼ି ସଚେତନତା ଶିବିର ଆଜି ଥାନା ଅଧିକାରୀ ମନୋଜ କୁମାର ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲକ୍ଷ୍ମୀନୃସିଂହ ପୁର ଗ୍ରାମବାସୀଙ୍କୁ ଗୁଣିଗାରେଡ଼ି ପରି କୁସଂସ୍କାରରେ ନପଡିବା ପାଇଁ ଶିବିରରେ ସଚେତନ କରାଯାଇଥିଲା । ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ଆମ ପୋଲିସ ସମିତି ସଦସ୍ୟ ହୃଷୀକେଶ ପାଢ଼ୀ, ଯନ୍ତ୍ରୀ ଶଶାଙ୍କଶେଖର ପାଢ଼ୀଙ୍କ ସହ ଲକ୍ଷ୍ମୀନୃସିଂହପୁର ଗ୍ରାମର ଶତାଧିକ ଲୋକ ଉପସ୍ଥିତ ଥିଲେ । ଶେଷରେ ଶେରଗଡ଼ ଥାନା ଏସଆଇ ସତ୍ୟଜିତ୍ ବେଣିଆ ଧନ୍ୟବାଦ ଅର୍ପଣ କରିଥିଲେ ।