
-
ବିମାନ ବନ୍ଦରରେ ହେଲା ଭବ୍ୟ ସ୍ୱାଗତ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ, ପାପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆର ଯାତ୍ରା ସମାପ୍ତ କରି ଗୁରୁବାର ସକାଳେ ଦିଲ୍ଲୀର ପାଲାମ ବିମାନ ବନ୍ଦର ଠାରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗଭର୍ନାନ୍ସ ମଡେଲକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି ।
ଏହି ଅବସରରେ ବିଜେପି କାର୍ଯ୍ୟକର୍ତା ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ରୀନ୍ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେ ବିଶ୍ୱର ଦେଶ ମାନଙ୍କୁ ଯାଇ ମହାପୁରୁଷ ମାନଙ୍କୁ ସାକ୍ଷାତ କରନ୍ତି ଓ ସେଠାରେ ଭାରତର ସାମର୍ଥ୍ୟର କଥା କୁହନ୍ତି । ଭାରତର ଯୁବ ପୀଢି ନିକଟରେ ଥିବା ଟାଲେଂଟ ସମ୍ପର୍କରେ ଆଲୋଚନା କରନ୍ତି ଓ ସୁଯୋଗ ମିଳିଲେ ଭାରତର ଯୁବଶକ୍ତିର ପରାକ୍ରମ ସମ୍ପର୍କରେ ସାରା ବିଶ୍ୱକୁ ଅବଗତ କରାନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋ ଦେଶର ମହାନ ସଂସ୍କୃତିର ଗୌରବଗାନ କରିବା ବେଳେ ମୁଁ ଆଖି ତଳକୁ କରି ନ ଥାଏ ବରଂ ଆଖି ମିଶାଇ କଥା ହୋଇଥାଏ ।
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଯେଉଁ ଭଳି ଭାବେ ତିନୋଟି ଦେଶର ଯାତ୍ରା କରି ଭାରତର ଭାବମୂର୍ତିକୁ ଆହୁରି ଉଜ୍ୱଳ କରିଛନ୍ତି ତାହା ଆମ ସମସ୍ତଙ୍କୁ ଗୌରବାନ୍ୱିତ କରିଛି ।