

ଭଦ୍ରକ – ଭଦ୍ରକ ଗ୍ରାମାଳ ଥାନା ଅଧିନସ୍ଥ ରାନ୍ଦିଆ ଫିସରି ବନ୍ଧ ନିକଟରେ ଥିବା ଏକ ପୋଖରୀରୁ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ମୃତ ଯୁବତୀଜଣକ ହେଲେ ଶୁଭଶ୍ରୀ ମାଝୀ। ସେ ଭଦ୍ରକ ଜୀବନ ବୀମା ନିଗମ କାର୍ଯ୍ୟାଳୟରେ ନିୟୁ ବିଜିନେସ ଆସିଷ୍ଟା କ୍ଲର୍କ ଭାବେ କାର୍ଯ୍ୟରତ ଥିବାବେଳେ, ବନ୍ତ ଛକରେ ଘର ଭଡ଼ା ନେଇ ପିତାଙ୍କ ସହ ରହୁଥିଲେ। ଗତକାଲି ରାତିରୁ ସେ ନିଖୋଜ ଥିଲେ। ଆଜି ସକାଳେ ଜଣେ ଯୁବତୀଙ୍କ ମୃତଦେହ ଭାସୁଥିବାର ଲୋକଙ୍କ ଠାରୁ ଖବର ପାଇ ପୁଲିସ ଶବ ବ୍ୟବଛେଦ କରିବାକୁ ମେଡ଼ିକାଲ ଆଣିବା ପରେ ତାଙ୍କ ମୃତଦେହକୁ ଶୁଭଶ୍ରୀଙ୍କ ବାପା ଚିହ୍ନଟ କରିଥିଲେ। ପାରିପାଶ୍ର୍ବିକ ଅବସ୍ଥାରୁ ଯୁବତୀଙ୍କୁ କେହି ହତ୍ୟା କରି ପୋଖରୀକୁ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ତେବେ ପୁଲିସ ଶବ ଜବତ୍ କରି ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି।